
ଖୋର୍ଦ୍ଧା, ଯାତ୍ରୀବାହି ଅଟୋ ଓଲଟି ୫ ଜଣ ଯାତ୍ରୀ ଆହତ ହୋଇଛନ୍ତି ।୫ ଆହତଙ୍କ ମଧ୍ୟରୁ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି । ଗୁରୁତର ଦୁଇ ଜଣଙ୍କ ମଧ୍ୟରୁ ଜଣକୁ ଅଧିକ ଚିକିତ୍ସା ନିମନ୍ତେ ଭୁବନେଶ୍ୱର ସ୍ଥାନାନ୍ତରିତ କରାଯାଇଛି ।
ସୂଚନା ମୁତାବକ, ଆଜି ମଧ୍ୟାହ୍ନରେ ବାଣପୁର ଥାନା ଅନ୍ତର୍ଗତ ଆୟତପୁର ଅଞ୍ଚଳରୁ ପାଞ୍ଚ ଜଣ ଯାତ୍ରୀଙ୍କୁ ନେଇ ଏକ ଯାତ୍ରୀବାହି ଅଟୋ ବାଲୁଗାଁ ଅଭିମୁଖେ ଆସୁଥିଲା । ମେଘାମ୍ବରୀ ମନ୍ଦିର ପଛପଟ କେନାଲ ରୋଡ଼ରେ କୌଣସି କାରଣବଶତଃ ଅଟୋଟି ଓଲଟି ଯାଇଥିଲା । ଫଳରେ ଡ୍ରାଇଭର ସମେତ ଅଟୋରେ ଥିବା ପାଞ୍ଚ ଜଣ ଯାତ୍ରୀ ଆହତ ହୋଇଛନ୍ତି । ତନ୍ମଧରୁ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଗୁରୁତର ଦ୍ବୟଙ୍କ ମଧ୍ୟରୁ ଜଣକୁ ଅଧିକ ଚିକିତ୍ସା ନିମନ୍ତେ ଭୁବନେଶ୍ୱର ସ୍ଥାନାନ୍ତରିତ କରାଯାଇଛି । ଗୁରୁତର ଆହତ ଦ୍ୱୟ ହେଲେ ବେଲେଡିହ ଗ୍ରାମର ସୁକାନ୍ତି ନାୟକ ଏବଂ ବୁଟୁ ପ୍ରଧାନ । ବୁଟୁ ପ୍ରଧାନଙ୍କ ମୁଣ୍ଡ ଏବଂ ନାକରୁ ରକ୍ତସ୍ରାବ ଜାରି ରହିଥିବାରୁ ଡାକ୍ତର ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତରିତ କରିଛନ୍ତି ।