-
ଦୁଇ ଶିକ୍ଷକଙ୍କ ବିରୋଧରେ ଥାନାରେ ଏତଲା
ଗଞ୍ଜାମ, ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ବଡରାମପଲ୍ଲୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୨ ଜଣ ସହକାରୀ ଶିକ୍ଷକ ନକଲି ବିଇଡି ପ୍ରମାଣ ପତ୍ର ଦାଖଲ କରି ୧୬ ବର୍ଷ ଧରି ଚାକିରୀ କରୁଥିବା ଘଟଣା ସାମ୍ନାକୁ ଆସିଛି । ଏନେଇ ଖଲ୍ଲିକୋଟ ବ୍ଲକ ଶିକ୍ଷା ଅଧିକାରୀ (ବି.ଇ.ଓ.) ବିଚିତ୍ର ମଞ୍ଜରୀ ମିଶ୍ରଙ୍କ ଏତଲା କ୍ରମେ ରମ୍ଭା ଥାନାରେ କେସ୍ ନଂ ୪ ଓ ୫/୨୨ ରେ ପୃଥକ୍ ପୃଥକ୍ ମାମଲା ରୁଜ୍ଜୁ ହୋଇଥିବା ଥାନା ଅଧିକାରୀ ଦିପ୍ତୀ ରଞ୍ଜନ ବେହେରା ସୂଚନା ଦେଇଛନ୍ତି । ଏହି ଘଟଣା ପରେ ସମ୍ପୃକ୍ତ ଦୁଇ ଶିକ୍ଷକ ଫେରାର୍ ଥିବା ଜଣାପଡିଛି ।