ଗଞ୍ଜାମ, ଗଞ୍ଜାମ ଜିଲ୍ଲା ପାଟପୁର ଥାନାର ୪ ଜଣ କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଥାନାର ସମସ୍ତ କର୍ମଚାରୀଙ୍କ ଆରଟି-ପିସିଆର ଟେଷ୍ଟ କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଫଳରେ ପାଟପୁର ଥାନା ଭିତରକୁ ପ୍ରବେଶ ଉପରେ କଟକଣା ଜାରୀ କରାଯାଇଛି । ଅତ୍ୟାବଶ୍ୟକ କାମ ପାଇଁ ଆସୁଥିବା ବ୍ୟକ୍ତି ମାନେ କୋଭିଡ୍ ଗାଇଡ୍ ଲାଇନ ମାନି ଥାନା ସମ୍ମୁଖରେ ପଞ୍ଜିକରଣ କରିବା ପାଇଁ ବ୍ୟବସ୍ଥା କରାଯାଇଛି । ମାସ୍କ ଓ ସାନିଟାଇଜର୍ ବ୍ୟବହାର ଓ ସାମାଜିକ ଦୂରତ୍ୱ ରକ୍ଷା କରିବାକୁ ବାଧ୍ୟତାମୂଳକ କରାଯାଇଛି ।