
ବଲାଙ୍ଗିର, ଗତକାଲି ରାତିରେ ସଦର ଥାନା ଚନ୍ଦନଭାଟି ଶୁକତେଲ ପୋଲ ଉପରେ ବଲାଙ୍ଗିରରୁ ଘରକୁ ଫେରୁଥିବା ଦୁଇ ଜଣ ବାଇକ୍ ଆରୋହୀ ପୋଲ ଉପରେ ଅଜଣା ଗାଡି ଧକ୍କାରେ ତଳେ ପଡି ଗୁରୁତର ହୋଇଛନ୍ତି । ଆହତ ଦ୍ୱୟ ଟାଙ୍ଗୁରପାଲି ଗ୍ରାମର ଉମେଶ ବିଶ୍ଵାଳ ଓ ରମେଶ ବିଶ୍ଵାଳ ବୋଲି ଜଣାପଡିଛି । ଜଣକ ଗୋଡ ଭାଙ୍ଗି ଥିବା ବେଳେ ଅନ୍ୟ ଜଣେ ଗୁରୁତର ଅଛନ୍ତି । ଦୁଇଜଣଙ୍କୁ ଆମ୍ବୁଲାନ୍ସ ଯୋଗେ ଅଣାଯାଇ ଭୀମଭୋଇ ମେଡିକାଲ୍ କଲେଜ୍ ହସ୍ପିଟାଲରେ ଭର୍ତି କରାଯାଇଛି ।