
ନୂଆପଡ଼ା, ନୂଆପଡା ଜିଲ୍ଲାକୁ ଓଡିଶା ପର୍ଯ୍ୟଟନ ମାନଚିତ୍ରରେ ଅବହେଳିତ କରାଯାଉଥିବା ବେଳେ ଅନେକ ପର୍ଯ୍ୟଟନ କେନ୍ଦ୍ର ଏବେବି ସ୍ଥାନୀତ ହୋଇପାରିନାହିଁ । ଦୀର୍ଘ ବର୍ଷ ପରେ ମଧ୍ୟ ପର୍ଯ୍ୟଟନର ଉନ୍ନତିକରଣ କରାଯାଇ ପାରିନାହିଁ । ଜିଲ୍ଲାର ପ୍ରମୁଖ ସହର ଖଡିଆଳ ଠାରେ ଅନେକ ପର୍ଯ୍ୟଟନ କେନ୍ଦ୍ର ରହିଅଛି । ଓଡିଶାର ୧୩୭ ବର୍ଷର ପ୍ରଥମ ସାହିତ୍ୟ ସମିତି, ଓଡିଶାର ପ୍ରଥମ ସ୍ଥାୟୀ ରଙ୍ଗ ମଂଚ, ଖଡିଆଳ ସହର ମଧ୍ୟରେ କଳା ଓ ସ୍ଥାପତ୍ୟ ୧୫୦ ବର୍ଷ ପୁରଣା ଦରବାର ହଲ୍, ଖଡିଆଳ ଠାରୁ ୧୦ କିଲୋମିଟର ଦୂରତା ଯୋଗୀମଠ ଅବସ୍ଥିତ । ମାନବ ସମାଜର ଭାଷାର ଉଦଭାବନ ପୂର୍ବରୁ ନିଜ ଭାବନାକୁ ଚିତ୍ର ମାଧ୍ୟମରେ ଆଙ୍କି ଥିବା ଗୁମ୍ଫା ଶୀଳାଲିପି ଏବେବି ମୂକସାଖୁ ରୂପେ ସେଠାରେ ଦଣ୍ଡାୟମାନ । ଏହି ସବୁ ପର୍ଯ୍ୟଟନ କେନ୍ଦ୍ରକୁ ଓଡିଶା ମାନଚିତ୍ରରେ ସ୍ଥାନିତ କରାଯାଇନଥିବା ବେଳେ ଏହାର ରକ୍ଷଣାବେକ୍ଷଣ ଅଭାବ କାରଣରୁ ଧ୍ୱଂସ ହେବାରେ ଲାଗିଛି । ଓଡିଶା ସରକାର ସହ ଜିଲ୍ଲା ପ୍ରଶାସନ ପକ୍ଷରୁ ତତ୍ପରତା ଦେଖାଇ ଏହାର ରକ୍ଷଣାବେକ୍ଷଣରେ ଗୁରୁତ୍ବ ଦେଲେ ଉପାନ୍ତ ନୂଆପଡା ଜିଲ୍ଲାର ପର୍ଯ୍ୟଟନରେ ଉନ୍ନତି ହେବା ସହ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରାଯାଇପାରିବ ।