-
୭ ରେ କୁମ୍ଭୀର ଗଣନା
ଗଞ୍ଜାମ, ବ୍ରହ୍ମପୁର ବନଖଣ୍ଡ ଅଂଚଳରେ ଆଜି ସକାଳ ଠାରୁ ପକ୍ଷୀ ଗଣନା ଆରମ୍ଭ ହୋଇଛି । ପକ୍ଷୀ ଗଣନା ପାଇଁ ମୋଟ୍ ୪୮ ଟି ୟୁନିଟ୍ ଗଠନ କରାଯାଇଛି । ବ୍ରହ୍ମପୁର ବନାଚଂଳରେ ୧୨ଟି ୟୁନିଟ୍ ଏହି ପକ୍ଷୀଗଣନା କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି । ସେହିପରି ଖଲ୍ଲିକୋଟ ବନାଚଂଳରେ ୧୫ଟି ୟୁନିଟ୍, ଦିଗପହଣ୍ଡି ବନାଚଂଳରେ ୧୩ଟି ଏବଂ ସାମନ୍ତିଆପଲ୍ଲୀ ବନାଚଂଳରେ ୮ଟି ୟୁନିଟ୍ ପକ୍ଷୀ ଗଣନା କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି । ସମସ୍ତ ୟୁନିଟ୍ ରେ ବନପାଳ ଏବଂ ବନରକ୍ଷୀ ମାନେ ସାମିଲ୍ ହୋଇଛନ୍ତି ।
ଏଠାରେ ଉଲ୍ଲେଖଯୋଗ୍ୟ, ଗତବର୍ଷ ବ୍ରହ୍ମପୁର ବନଖଣ୍ଡରେ ୯୫ ପ୍ରକାରର ୨୪ ହଜାର ୨୯୮ ଟି ପକ୍ଷୀ ଚିହ୍ନଟ ହୋଇଥିଲେ । ଚଳିତ ବର୍ଷ ଏହି ସଂଖ୍ୟାରେ ବୃଦ୍ଧି ହେବ ବୋଲି ବନ ବିଭାଗ ଅଧିକାରୀ ମାନେ ଆଶା ପ୍ରକାଶ କରିଛନ୍ତି ।ଅନୁରୂପ ଭାବେ ଆସନ୍ତା ୭ ତାରିଖ ଠାରୁ ବ୍ରହ୍ମପୁର ବନଖଣ୍ଡ ଅଂଚଳରେ କୁମ୍ଭୀର ଗଣନା ଆରମ୍ଭ ହେବ । ଦିଗପହଣ୍ଡି ବନାଚଂଳର ଘୋଡ଼ାହାଡ ଡ୍ୟାମ୍ କୁ ଗଣତିରେ ଗୁରୁତ୍ୱ ଦେବାକୁ ନିଷ୍ପତି ନିଆଯାଇଛି । ଗତ ବର୍ଷ ଘୋଡ଼ାହାଡ ଡ୍ୟାମ୍ ରୁ ୫୩ ଏବଂ ଅନ୍ୟାନ୍ୟ ଅଂଚଳରୁ ୧୯ଟି ମିଶାଇ ମୋଟ୍ ୭୨ ଟି କୁମ୍ଭୀର ଚିହ୍ନଟ ହୋଇଥିଲେ ।