
ଭୁବନେଶ୍ୱର, ରାଜ୍ୟରେ ଆଉ ୨୪ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ୨୪ ଜଣଙ୍କ ମଧ୍ୟରୁ ୫ ଜଣଙ୍କ ବିଦେଶରୁ ଟ୍ରାଭେଲ୍ ହିଷ୍ଟ୍ରି ରହିଥିବା ବେଳେ ଅନ୍ୟ ୧୯ ଜଣ ସ୍ଥାନୀୟ ସଂକ୍ରମିତ । ମୋଟ ୨୧୮ଟି ସାମ୍ପଲ ଜିନମ ସିକ୍ୱେନ୍ସିଂ ପାଇଁ ପଠାଯାଇଥିବା ବେଳେ ୨୪ ଟି ନମୂନାରୁ ଓମିକ୍ରନ୍ ଭାରିଆଂଟ ଚିହ୍ନଟ ହୋଇଥିଲା । ଏନେଇ ଆଇଏଲଏସ୍ ପକ୍ଷରୁ ସ୍ୱାସ୍ଥ୍ୟବିଭାଗକୁ ସୂଚନା ଦିଆଯାଇଛି । ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ୬୧କୁ ବୃଦ୍ଧି ପାଇଛି ।