
ଭଦ୍ରକ – ଏକ ଠକେଇ ମାମଲାରେ ଭଦ୍ରକ ଡିଏସ୍ପି ଗୌତମ ମଲ୍ଲିକଙ୍କୁ ଦିଲ୍ଲୀ ହାଇକୋର୍ଟଙ୍କ ଏନ.ବି.ଡବ୍ଲୁ୍ୟ ବଳରେ ଗିରଫ କରିଛି ଭଦ୍ରକ ପୁଲିସ୍। ଗିରଫ ପରେ ତାଙ୍କୁ ଡିଜି ନିଲମ୍ବିତ କରିଥିବାର ସୂଚନା ମିଳିଛି। ଏଠାରେ ସୂଚନାେଯାଗ୍ୟ ୨୦୧୩ ମସିହାରେ ଆନନ୍ଦପୁରର ବାସିନ୍ଦା ରଘୁନନ୍ଦନ ଦେଓଙ୍କ ଠାରୁ ଜମି କରାଇଦେବା କହି ସେ ୨୦ ଲକ୍ଷ ଟଙ୍କା ନେଇଥିଲେ। ଜମି କରାଇନପାରିବାରୁ ସେ ୧୦ ଲକ୍ଷ ଟଙ୍କା ଫେରାଇ ଦେଇଥିଲେ। ହେଲେ ବାକି ୧୦ ଲକ୍ଷ ଟଙ୍କା ଆଉ ଫେରାଇନଥିଲେ। ଏହି ଘଟଣାକୁ ନେଇ ଆନନ୍ଦପୁରରୁ ଯାଇ ଦିଲ୍ଲୀରେ ରହୁଥିବା ରଘୁନନ୍ଦନ ଗୌତମଙ୍କ ବିରୁଦ୍ଧରେ ଏକ ମାମଲା ରୁଜୁ କରିଥିଲେ। ତେବେ ଚେକ୍ ବାଉନ୍ସ କେଶ୍ରେ କୋର୍ଟର ଅବମାନନା କରିଥିବା ଦର୍ଶାଇ ଦିଲ୍ଲୀ କୋର୍ଟ ଗୌତମଙ୍କ ବିରୁଦ୍ଧରେ ଜାମିନ୍ ବିହୀନ ଗିରଫ ପରଓ୍ବାନା ଜାରି କରିଥିଲେ।