କୋଲକାତା , ପଶ୍ଚିମବଙ୍ଗ ରେ ଗତ ୨୪ ଘଂଟାରେ ୬,୦୭୮ କରୋନାର ମାମଲା ସାମନାକୁ ଆସିଛି । ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହି ସୂଚନା ଦିଆ ଯଇଛି । ଏହା ସହିତ ରାଜ୍ୟରେ ମୋଟ ସକ୍ରିୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭,୭୨୭ ହୋଇ ଯାଇଛି ।
କରୋନାରେ ଦେଶରେ ଗତ ୨୪ ଘଂଟାରେ ୩୭,୩୭୯ ନୂଆ ମାମଲା
ନୂଆଦିଲ୍ଲୀ, ଦେଶରେ ଗତ ୨୪ଘଂଟା ମଧ୍ୟରେ ୩୭,୩୭୯ ଟି ନୂଆ କରୋନା ମାମଲା ସାମନାକୁ ଆସିଛି । ଏହି ସମୟ ମଧ୍ୟରେ ମୋଟ ୧୨୪ ଜଣ କରୋନା ରୋଗୀ ପ୍ରାଣ ହରାଇଛନ୍ତି । ଆଜି ସକାଳେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ ସକ୍ରିୟ ରୋଗୀଙ୍କ ସଂଖ୍ୟା ୧,୭୧,୮୩୦ ଥିବା ବେଳେ ବର୍ତମାନ ସୁଦ୍ଧା ୪,୮୨,୦୧୭ ଜଣ ମୃତ୍ୟୁ ବରଣ କରିଛନ୍ତି ।