ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ମଙ୍ଗଳବାର ଦିନ ମଣିପୁର ଏବଂ ତ୍ରିପୁରା ରାଜ୍ୟ ଗସ୍ତ କରିବେ । ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ(ପିଏମ୍ଓ) ଅନୁଯାୟୀ, ପ୍ରଧାନମନ୍ତ୍ରୀ ଆଜି ୧୧ଟା ଇମ୍ଫାଲରେ ୪୮୦୦ କୋଟି ଟଙ୍କାରୁ ଅଧିକ ୨୨ ବିକାଶ ପ୍ରକଳ୍ପର ଉଦ୍ଘାଟନ ଏବଂ ଶିଳାନ୍ୟାସ କରିବେ ।
ଏହି ପ୍ରକଳ୍ପ ଗୁଡ଼ିକ ହେଲା ସଡ଼କ ଭିତିଭୂମି ।, ପାନୀୟ ଜଳ ଯୋଗାଣ , ସ୍ୱାସ୍ଥ୍ୟ, ସହର ବିକାଶ, ଆବାସ, ସୂଚନା ପ୍ରାଦ୍ୟୋଗିକୀ, କୌଶଳ ବିକାଶ, କଳା ଏବଂ ସଂସ୍କୃତି ପରି ବିଭିନ୍ନ କ୍ଷେତ୍ର ସହିତ ସମ୍ବନ୍ଧିତ ଅଟେ । ଏହାପରେ ମଧ୍ୟାହ୍ନ ପାଖାପାଖି ୨ଟାରେ ରାଜ୍ୟର ନିଜ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ଅଗରତାଲାରେ ମହାରାଜା ବୀର ବିକ୍ରମ(ଏମ୍ବିବି) ଏୟାରପୋର୍ଟର ନୂଆ ଏକୀକୃତ ଟର୍ମିନାଲ ଭବନର ଉଦ୍ଘାଟନ କରିବେ ଏବଂ ମୁଖ୍ୟମନ୍ତ୍ରୀ ତ୍ରିପୁରା ଗ୍ରାମ ସମୃଦ୍ଧି ଯୋଜନା ଏବଂ ୧୦୦ ବିଦ୍ୟାଜ୍ୟୋତି ସ୍କୁଲର ପରିଯୋଜନା ମିଶନ ପୂର୍ବରୁ ଶୁଭାରମ୍ଭ କରିବେ ।