
ଭଦ୍ରକ – ଭାରତର ଅଗ୍ରଣୀ ବନ୍ଦର ପରିଚାଳକ ଆଦାନୀ ପୋର୍ଟସ ଏବଂ ସ୍ବତନ୍ର ଅର୍ଥନୈତିକ ଜୋନ ଲିଃ (ଏପିଏସ୍ଇଜେଡ୍)କୁ ମିଳିଲା ‘ମାନକ ସ୍ବତନ୍ର ପୁରସ୍କାର’ ା ପ୍ରଥମଥର ପାଇଁ ନୂଆଦିଲ୍ଲୀଠାରେ ଆୟୋଜିତ ହୋଇଥିବା ଜାତୀୟ କର୍ପୋରେଟ ସାମାଜିକ ଦାୟିତ୍ବବୋଧ ପୁରସ୍କାର ଉତ୍ସବରେ ଆଦାନୀ ପୋର୍ଟସକୁ ଏହି ପୁରସ୍କାର ପ୍ରଦାନ କରାଯାଇଛି ା ନିର୍ମଳା ସୀତାରମଣ, କେନ୍ଦ୍ର ଅର୍ଥମନ୍ରୀ ତଥା କର୍ପୋରେଟ ଆଫାୟର୍ସ ଏବଂ ଅନୁରାଗ ଠାକୁର, ଅର୍ଥ ଏବଂ କର୍ପୋରେଟ ଆଫାୟର୍ସ (ରାଜ୍ୟମନ୍ରୀ) ଏହି ପୁରସ୍କାରଟିକୁ ଆଦାନୀ ଗ୍ରୂପର (ମାନବ ସମ୍ବଳ) ବିଭାଗର ମୁଖ୍ୟ ମଳୟ ମହାଦେବିଆ, ପରିଚାଳନା ନିଦ୍ର୍ଧେଶକ ରକ୍ସିତ ସାହ ଏବଂ ମୁଖ୍ୟ ପରିଚାଳନା ଅଧିକାରୀ ଅବିନାଶ ରାୟଙ୍କୁ ପ୍ରଦାନ କରିଥିଲେ ା ସମୁଦାୟ ୫୦୦ ଟି ସିଏସ୍ଆର୍ ମଧ୍ଯରୁ ଏକ ଉଚ୍ଚସ୍ତରୀୟ କମିଟି ଦ୍ବାରା ଏପିଏସ୍ଇଜେଡ୍କୁ ଚୟନ କରାଯାଇଥିଲା ା ଏପିଏସ୍ଇଜେଡ୍ ପଶ୍ଚିମାଳରେ ଏକ ଆହ୍ବାନପୂର୍ଣ୍ଣ ପରିସ୍ଥିତିରେ ସିଏସ୍ଆର୍ର ଦାୟିତ୍ବ ନିର୍ବାହ କରିଛି ଏବଂ ଗୁଜରାଟର ମତ୍ସ୍ୟଜୀବୀ ସମୁଦାୟଙ୍କ ନିମନ୍ତେ ଏକ ନିରନ୍ତର ଆୟଭିିକ ପ୍ରଭାବ ପକାଇ ପାରିଛି ା ୨୦୧୦ ମସିହାରୁ, ଆଦାନୀ ଫାଉଣ୍ଡେସନ, ଆଦାନୀ ଗ୍ରୂପର ସିଏସ୍ଆର୍ ଓ୍ବିଙ୍ଗ ଭାବେ ଏପିଏସ୍ଇଜେଡ୍ ତରଫରୁ କାର୍ଯ୍ୟ କରିଆସୁଅଛି ା ଏପିଏସ୍ଇଜେଡ୍ ଗୁଜରାଟ ରାଜ୍ୟର କଚ୍ଛ ଜିଲାର ମୁନ୍ଦ୍ରା ଏବଂ ଅନଜର ସହରରେ ମତ୍ସ୍ୟଜୀବୀ ସମୁଦାୟରେ ଜୀବନଧାରଣ ମାନରେ ବିକାଶ, ମହିଳା ସଶକ୍ତିକରଣ, ଉନ୍ନତମାନର ଶିକ୍ଷା, କୁଶଳୀ ପ୍ରଶିକ୍ଷଣ, ସ୍ବାସ୍ଥ୍ୟ ଏବଂ ଭିିଭୂମି ବିକାଶ ଦିଗରେ ବିଭିନ୍ନ ପ୍ରକଳ୍ପ ମାନ କରିଆସୁଅଛି ା ଭଦ୍ରେଶ୍ବରସ୍ଥିତ ଆଦାନୀ ବିଦ୍ୟାମନ୍ଦିର ମୋଟ ୧,୭୮୦ ଜଣ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ପ୍ରଦାନ କରିଛି ା ସିଏସ୍ଆର କାର୍ଯ୍ୟକ୍ରମ ମାଧ୍ଯମରେ ଜୀବନ ଜିବୀକା ବିକାଶ, ବୃକ୍ଷରୋପଣ, ପାନୀୟ ଜଳର ସୁବିଧା, ଭ୍ରାମ୍ୟମାଣ ସ୍ବାସ୍ଥ୍ୟ ସେବା, ବରିଷ୍ଠ ନାଗରିକ ସ୍ବାସ୍ଥ୍ୟ କାର୍ଡ, ପଶୁସµଦର ବିକାଶ, କୌଶଳ ବିକାଶ ତାଲିମ ତଥା ପ୍ରଶିକ୍ଷଣ ଏବଂ ଶିକ୍ଷା କ୍ଷେତ୍ରରେ ମଧ୍ଯ ଉନ୍ନତି ଆଣିବାରେ ସହାୟକ ହୋଇପାରିଛି।