ବଲାଙ୍ଗିର, ଗତକାଲି ଆଦିବାସୀଙ୍କ ସଶସ୍ତ୍ର ଆଦିବାସୀ ଆନ୍ଦୋଳନ ସମୟରେ ଆଦର୍ଶ ଥାନା ଆଇଆଇସି କେ.ପ୍ରିୟଙ୍କା ରାଉତରାୟ ସାମାନ୍ୟ ଆହତ ହୋଇଥିବା ଜଣାପଡିଛି । ତାଙ୍କ ବାମ ହାତରେ ସାମାନ୍ୟ ଆଘାତ ଲାଗିଛି ।
ସୂଚନାଯୋଗ୍ୟ ଯେ, ଆନ୍ଦୋଳନକାରୀ ମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଙ୍କୁ ଧସେଇ ପଶିବାକୁ ଉଦ୍ୟମ କରିବା ବେଳେ ପୋଲିସ ଓ ଆନ୍ଦୋଳନକାରୀଙ୍କ ମଧ୍ୟରେ କିଛି ସମୟ ପାଇଁ ଧସ୍ତାଧସ୍ତି ହୋଇଥିଲା । ପୋଲିସ ଆନ୍ଦୋଳନକାରୀଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲା । ଏହି ସମୟରେ ସାମାନ୍ୟ ଆହତ ହୋଇଥିଲେ ଆଇଆଇସି କେ. ପ୍ରିୟଙ୍କା ରାଉତରାୟ।