ବଲାଙ୍ଗିର, ବଲାଙ୍ଗିର ବିଜେପି ଓବିସି ମୋର୍ଚ୍ଚା ପକ୍ଷରୁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଆଗାମୀ ପଞ୍ଚାୟତ ନିର୍ବାଚନରେ ଓବିସି ସଂରକ୍ଷଣ ଦାବୀକରି ଜିଲ୍ଲାପାଳଙ୍କୁ ଆଜି ଦାବିପତ୍ର ପ୍ରଦାନ କରାଯାଇଛି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ପୂର୍ବଭଳି ଓବିସି ପ୍ରତିନିଧିତ୍ଵ ରଖା ଯିବାକୁ ସେମାନେ ଦାବି କରିଛନ୍ତି । ରାଜ୍ୟରେ ୫୪ ପଛୁଆ ବର୍ଗର ଜନସଂଖା ଗତ ୫ ଟି ନିର୍ବାଚନ ରେ ତାଙ୍କ ପାଇଁ ୨୭ ଭାଗ ସଂରକ୍ଷିତ ରହିଥିଲା । ଏହି ନିର୍ବାଚନ ଏହି ବର୍ଗ ପାଇଁ ବୈମାତୃକ ମନୋଭାବ କାରଣରୁ ନିର୍ବାଚନରେ ଭାଗ ନେଲା ବେଳେ ଦ୍ୱନ୍ଦର ପରିସ୍ଥିତି ସୃଷ୍ଟି ହୋଇଛି । ଏହି ପରିସ୍ଥିତିରେ ଅନ୍ୟ ରାଜ୍ୟ ଓ କେନ୍ଦ୍ର ସରକାର ସର୍ବୋଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହୋଇଥିବା ବେଳେ ଓଡିଶା ସରକାରଙ୍କ ଉଦାସୀନତା ଦୁର୍ଭାଗ୍ୟଜନକ । ରାଜ୍ୟର ଅନେକ ଅନୁସୂଚିତ ଅଞ୍ଚଳ ଅନ୍ତର୍ଭୁକ୍ତ ଅନେକ ଜିଲ୍ଲା ଥିବାବେଳେ ଏସସି, ଏସଟି, ଓବିସି ବର୍ଗ ମିଶି ପ୍ରାୟ ୯୪ ଭାଗ ହୋଇଥିବା ବେଳେ ବିଶେଷ ରାଜ୍ୟର ପରିସ୍ଥିତି ଦେଖାଇ ରାଜ୍ୟ ସରକାର ବହୁ ପୂର୍ବରୁ ଉଚ୍ଚ ନ୍ୟାୟାଳୟଙ୍କ ଅବଗତିକୁ ଆଣିବା କଥା, କିନ୍ତୁ ତାହା କରି ନାହାଁନ୍ତି। ଉଚ୍ଚ ନ୍ୟାୟାଳୟ ନିଷ୍ପତି ଆଳ ଦେଖାଇ ଓବିସି ବର୍ଗକୁ ବଞ୍ଚିତ କରିବା ଉଦ୍ୟମ କରୁଛନ୍ତି । ବହୁ ବିଳମ୍ବରେ ଗଠିତ ଓବିସି କମିଶନ ତାଙ୍କ କାମ କରି ନଥିଲା ବେଳେ ତାର ପରିଣାମ ଗୋଟିଏ ବର୍ଗ ଭୋଗିବା କେତେଦୂର ଯାଥାର୍ଥ । ପଞ୍ଚାୟତ ନିର୍ବାଚନରେ ସଂରକ୍ଷଣ ମୁତାବକ ପ୍ରତିନିଧିତ୍ଵ ସୁନିଶ୍ଚିତ କରିବା ପରେ ନିର୍ବାଚନ କରାଇବାକୁ ଦାବି କରି ବିଜେପି ଓବିସି ମୋର୍ଚ୍ଚା ଜିଲ୍ଲା ସଭାପତି ଅକ୍ଷୟ ରଣା, ବିଜେପି ଓବିସି ମୋର୍ଚ୍ଚା ରାଜ୍ୟ ଉପସଭାପତି ଦିଲୀପ ଖର୍ଶେଲ, କୃଷକ ମୋର୍ଚ୍ଚା ଜିଲ୍ଲା ସଭାପତି ମାଧବ ସାଏ ଏବଂ ସଦସ୍ୟ ନୀଳାଞ୍ଚଳ ନାଗ, ଗଦାଧର ବଗର୍ତ୍ତୀ, ପୃଥ୍ୱୀରାଜ ବାଗ, ସୁରେଶ ଦନ୍ତା, ବିରଞ୍ଚି ରଣା, ସୁଦାମ ବାଗ, ନିରଞ୍ଜନ ଗହିର, ଅକ୍ଷୟ ଘିୱାଲା, ମକରନ୍ଦ ରଣା, ସରୋଜ ସାହୁ, ପ୍ରଶନ୍ନ ଦୀପ, ଦର୍ଶନ ପ୍ରଧାନ ପ୍ରମୁଖ ଦାବି ପତ୍ର ପ୍ରଦାନ ବେଳେ ଉପସ୍ଥିତ ଥିଲେ ।
Related Stories
November 22, 2024