ବଲାଙ୍ଗିର, ବଲାଙ୍ଗିର ନଗରପାଳିକା ଆଞ୍ଚଲ ରେ ସାଧାରଣ ବ୍ୟବହାର ପାଇଁ ଗତ ବର୍ଷର ଶେଷ ନବବର୍ଷ ଆରମ୍ଭ ଶୂନ୍ୟ କାଳରେ ମୁନିସିପାଲଟି ପାଟଣା ଛକ ଠାରେ ଘଣ୍ଟା ଘର ଉଦଘାଟନ ହୋଇ ଯାଇଛି । ଉଦଘାଟନର ଦୁଇଦିନ ହୋଇଛି ତା ମଧରୁ ଗୋଟିଏ ଘଣ୍ଟା ଅଚଳ ହୋଇପଡ଼ିଚି । ସାଧାରଣତଃ ଏଭଳି ଘଣ୍ଟା ଖୋଲାରେ ନଥାଏ ଗ୍ଲାସ ଭିତରେ ଆବଦ୍ଧ ହୋଇ ରହିଥାଏ । ଯାହା ଫଳରେ ପକ୍ଷୀ ମାନଙ୍କର ଅନୁପ୍ରବେଶ ରୋକାଯିବା ସହ ଘଣ୍ଟା ସୁରକ୍ଷିତ ରହିବ । ଯଦି ଏତେ ଖର୍ଚ୍ଚ କରି ସହରର ସୌନ୍ଦର୍ଯ୍ୟକରଣ ସାଧାରଣ ବ୍ୟବହାରରେ ନ ଆସିଲା ତା ହେଲେ ଏହା କେଉଁ କାମକୁ ବୋଲି ସାଧାରଣରେ ଚର୍ଚ୍ଚା ଆରମ୍ଭ ହୋଇଗଲାଣି ।