ଗଞ୍ଜାମ, ବ୍ରହ୍ମପୁର, ହରିହର ନଗର ସ୍ଥିତ ହରିହର ଭେଟ ମନ୍ଦିର ପ୍ରାଙ୍ଗଣରେ ଏକ ମାଗଣା ସ୍ବାସ୍ଥ୍ୟ ପରୀକ୍ଷା ଓ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ପ୍ରତିଷ୍ଠାନର ଅଧ୍ୟକ୍ଷ ଡା. ନକୁଳ ସାହୁ ରୋଗୀଙ୍କ ରକ୍ତଚାପ, ମଧୁମେହ, ଗଣ୍ଠିବାତ, ଅମ୍ଳପିତ୍ତ ଆଦି ରୋଗର ପରୀକ୍ଷା କରି ଚିକିତ୍ସା, ପରାମର୍ଶ ଓ ଔଷଧ ବିତରଣ କରିଥିଲେ । ପ୍ରତ୍ୟେକ ସୋମବାର ସକାଳେ ଏହି ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଥାଏ । ଶିବିରର ପ୍ରାୟୋଜକ ଥିଲେ ଶ୍ରୀ ଜୟନ୍ତୀ ଲାଲ୍ ନରସି ଚୌହାନ ଓ ମନ୍ଦିର କମିଟିର ସଭ୍ୟ ସଭ୍ୟା ଶିବିର ପରିଚାଳନାରେ ସହଯୋଗ କରିଥିଲେ ।