
ନୂଆପଡ଼ା, ନୂଆପଡା ଜିଲ୍ଲାରେ ଆରମ୍ଭ ହେଲା ଯୁବବର୍ଗଙ୍କୁ କୋଭିଡ ଟିକାଦାନ କାର୍ଯ୍ୟକ୍ରମ । ଜିଲ୍ଲାର ୫ ଗୋଟି ବ୍ଲକର ୬ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଏବଂ ଜିଲ୍ଲା ମୁଖ୍ୟ ସ୍ବାସ୍ଥ୍ୟକେନ୍ଦ୍ରରେ ଯୁବବର୍ଗଙ୍କୁ କୋଭିଡ୍ ଟିକାଦାନ ପାଇଁ ୭ ଗୋଟି ଟିକାଦାନ କେନ୍ଦ୍ର ଦ୍ବାରା ଟିକାଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଅଛି । ଯୁବବର୍ଗ ଉତ୍ସାହର ସହିତ ଟିକା ନେଇଥିବା ବେଳେ ଏହାର ସୁଯୋଗ ପ୍ରଦାନ କରିଥିବାରୁ ଭାରତର ପ୍ରଧାନମନ୍ତ୍ରୀଙ୍କୁ ଅଶେଷ ଧନ୍ୟବାଦ ଜଣାଇଛନ୍ତି ।
ଆଜି ଜିଲ୍ଲାରେ ୩୩ ହଜାର ୪୦୦ ଜଣଙ୍କୁ ଟିକାଦାନ ପାଇଁ ଲକ୍ଷ୍ୟ ରହିଥିବା ଏବଂ ଏହି ଲକ୍ଷ୍ୟ ଖୁବ ଶୀଘ୍ର ପୂରଣ କରିବା ପାଇଁ ଜିଲ୍ଲା ଟିକାଦାନ ଅଧିକାରୀ ଡ଼ଃ. ବିନୋଦ ବିହାରୀ ରଥ ପ୍ରକାଶ କରିଛନ୍ତି । ଜିଲ୍ଲାରେ କୋଭାସ୍କିନ ଟିକାଦାନ କରାଯାଉଛି । ସମସ୍ତ ଯୁବ ଵର୍ଗଙ୍କୁ ଅନୁରୋଧ ଆସି ଟିକାଗ୍ରହଣ କରି ଭାରତକୁ କୋଭିଡ ଭୁତାଣୁ ମୁକ୍ତ କରନ୍ତୁ ।