ପୁରୀ,ଶ୍ରୀମନ୍ଦିରରେ ଭକ୍ତ ଦର୍ଶନ ତିନି ଦିନ ବନ୍ଦ ରହିବା ପରେ ଆଜି ନୂଆବର୍ଷର ପ୍ରଥମ ଦର୍ଶନ ଆରମ୍ଭ ହୋଇଛି । ଭକ୍ତ ଦର୍ଶନ ପାଇଁ ସ୍ୱତନ୍ତ୍ର ବ୍ୟାରିକେଡ୍ ସାଙ୍ଗକୁ ବ୍ୟାପକ ପୋଲିସ ବ୍ୟବସ୍ଥା କରାଯାଇଛି । ଭକ୍ତ ମାନେ ଦୁଇଟିଯାକ ଟୀକା ନେଇଥିବା ପ୍ରମାଣପତ୍ର ଓ ଆଧାରକାର୍ଡ଼ ଦେଖାଇ ଭକ୍ତ ସେଡ୍ ଦେଇ ସିଂହଦ୍ୱାରରେ ପ୍ରବେଶ କରୁଛନ୍ତି । ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କୁ ଦର୍ଶନ କରିବା ସହିତ ପାଶ୍ୱର୍ଦେବାଦେବୀଙ୍କୁ ଦର୍ଶନ କରି ଉତର ଦ୍ୱାରରେ ପ୍ରସ୍ଥାନ କରୁଛନ୍ତି । ଡିସେମ୍ବର ୩୧, ଜାନୁଆରୀ ୧ ଓ ୨ ତାରିଖ ସାଧାରଣ ଦର୍ଶନ ବନ୍ଦ ରହିଥିବାରୁ ଆଜି ତିନି ଦିନ ପରେ ଶ୍ରୀ ଜୀଉଙ୍କୁ ଦର୍ଶନ କରି ଭକ୍ତ ମାନେ ଆନନ୍ଦରେ ବିଭୋର୍ ହୋଇଉଠିଛନ୍ତି ।