
ନୂଆପଡ଼ା, ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ସାନମହେଶ୍ଵର ପଞ୍ଚାୟତ ଅନ୍ତର୍ଗତ ଘରଧରା ଗ୍ରାମରେ ଅଭିନବ ଉପାୟରେ ଆନ୍ଦୋଳନ କରିଛନ୍ତି ଗ୍ରାମର ଜଣେ ଯୁବକ । ସେ ଗ୍ରାମରେ ଥିବା ଏକ ମୋବାଇଲ ଟାୱାର ଉପରକୁ ଚଢି ପ୍ରତିବାଦ ଜଣାଇଥିଲେ । ହେମନ୍ତ ରଣା ନାମକ ଯୁବକ ଆଜି ଘରଧରା ଗ୍ରାମ ଠାରେ ଥିବା ଏକ ମୋବାଇଲ ଟାୱାରରେ ଚଢି ଆନ୍ଦୋଳନ କରିଛନ୍ତି । ଗ୍ରାମରେ ଥିବା ତିନି ଗୋଟି ନଳକୂପ ରହିଥିବା ବେଳେ ଦୁଇ ଗୋଟି ନଳକୂପରେ ମାତ୍ରାଧିକ ଫ୍ଲୋରାଇଡ଼ ଯୁକ୍ତ ପାଣି ବାହାରୁଛି । ତେଣୁ, ଗ୍ରାମବାସୀ ମାନେ ଗ୍ରାମରେ ଥିବା ଅଙ୍ଗନୱାଡି କେନ୍ଦ୍ରର ନଳକୂପ ଜଳକୁ ପାନୀୟ ଜଳ ରୂପେ ବ୍ୟବହାର କରୁଥିଲେ । କିନ୍ତୁ ଅଙ୍ଗନୱାଡି କର୍ମୀ ଏହି ନଳକୂପ ପାଚେରୀ ମଧ୍ୟରେ ଥିବାରୁ ପାଚେରୀ ବନ୍ଦ କରିଦେଇଛନ୍ତି । ଫଳରେ ହେମନ୍ତ ରଣା ଅଙ୍ଗନୱାଡି କର୍ମୀ ପାଚେରୀ ଖୋଲା ରଖିବା ପାଇଁ ଟାୱାରରେ ରଖି ଆନ୍ଦୋଳନ କରିଥିଲେ । ଅନେକ ବୁଝାସୁଝା ପରେ ଯୁବକ ଜଣକ ଟାୱାରରୁ ଓହ୍ଲାଇଛନ୍ତି । ଏହି ଖବର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।