
ବଲାଙ୍ଗିର , ନୂତନ ବର୍ଷର ଆଗମନ ରେ ଖପ୍ରାଖୋଲ ପ୍ରାଥମକ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ରକ୍ତଦାନ ଶିବିର ସି ଆର୍ ପି ଏଫ୍ କାର୍ମିକ ନିରୀକ୍ଷକ ପି.ଲିମ୍ ସଂଗ ସି ଆର୍ ପି ଏଫ୍ 189 ବାଟାଲିୟନ କମାଣ୍ଡେଣ୍ଟ ପବନ କୁମାର ତିୱାରୀ ଙ୍କର ନେତୃତ୍ଵରେ ତାଙ୍କ ମାର୍ଗ ଦର୍ଶନ ରେ ସ୍ୱାସ୍ଥ୍ୟ କେନ୍ଦ୍ରର କର୍ମଚାରୀ ଚିକିତ୍ସା ଅଧିକାରୀ ଡଃ ସୂରଜ ଦୀପ ଙ୍କ ସହାୟତାରେ ଅନୁଷ୍ଠିତ ହୋଇଯାଇଛି। ସ୍ୱାସ୍ଥ୍ୟ ଶିବିର ରେ ପାଖ ପଡୋଶୀ ଅଞ୍ଚଳର ଆସିଥିବା ଲୋକଙ୍କୁ ଅଧିକାରୀ ସ୍ଵାଗତ କରିଥିଲେ ସେମାନଂକୁ ରକ୍ତଦାନ ମହତ୍ତ୍ଵ ବୁଝାଇ ଥିଲେ ଖରାପ କାମ ଓ ନିଶା ସେବନ ଠାରୁ ଦୂରରେ ରହି ଯୁବକକୁ ସେ ଏହି ମହତ୍ କାର୍ଯ୍ୟରେ ଆଗଭର ହେବା କୁ ପରାମର୍ଶ ଦେଇଥିଲେ। ଏହି ଶିବିରରେ ସି ଆର୍ ପି ଏଫ୍ ବାଟାଲିୟନ କାର୍ମିକ ମାନେ ଭାଗ ନେଇ ସ୍ଵେଚ୍ଛାକୃତ ରକ୍ତଦାନ କରିଥିଲେ ସ୍ତାନୀୟ ବ୍ୟକ୍ତ ବିଶେଷ ତଥା ରକ୍ତ ଦାନ କରିଥିବା ବ୍ଯକ୍ତିକୁ ପ୍ରସଂସା ପତ୍ର ଦେଇ ସମ୍ମାନିତ କରାଯାଇଥିଲା। ସହଯୋଗ କରିଥିବା କର୍ମଚାରୀଙ୍କ ସମେତ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଦିଆଯାଥିଲା।