ନୂଆପଡ଼ା, ନିରବଚ୍ଛିନ୍ନ ସାହିତ୍ୟ ଆସରର ଆୟୋଜନ କରିଆସୁଥିବା ସ୍ଥାନୀୟ ଗଙ୍ଗାଧର ସାରସ୍ୱତ ସମିତି ତରଫରୁ ବର୍ଷ ଶେଷରେ ଆଜି ସ୍ୱତନ୍ତ୍ର ଆସର “ବର୍ଷାନ୍ତ” ଅନୁଷ୍ଠିତ ହୋଇଛି । ସମିତିର ସଭାପତି ବୈଷ୍ଣବ ମେହେରଙ୍କ ଅଧ୍ୟକ୍ଷତାରେ ସିନାପାଲି ହାଇସ୍କୁଲ ପଡ଼ିଆରେ ଅନୁଷ୍ଠିତ ଏହି ଆସରରେ ଅଂଚଳରେ ସାହିତ୍ୟର ବିକାଶ ଓ ସାହିତ୍ୟ ସମିତିର ଅବଦାନ ବିଷୟରେ ଆଲୋଚନା କରାଯିବା ସହ କବିତା ପାଠ କରାଯାଇଥିଲା । ଆସର ଆରମ୍ଭରେ ସହସଂପାଦକ କବି ଲଳିତ କୁମାର ସୁନାରୀ ସ୍ବାଗତ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ଅବସରରେ ନିକଟରେ ପରଲୋକ ଘଟିଥିବା ଖଡ଼ିଆଳର ବିଶିଷ୍ଟ ଭାଷାବିତ୍ ତଥା କବି ଇରଫାନ୍ ମହମ୍ମଦଙ୍କ ସ୍ମୃତିଚାରଣ କରାଯାଇ ସ୍ୱର୍ଗିୟ ଆତ୍ମାର ସଦଗତି ନିମନ୍ତେ ନୀରବ ପ୍ରାର୍ଥନା କରାଯାଇଥିଲା ।
ଆସରରେ ବିଜୟ କୁମାର ଯୋଷୀ, କୁମୁଦବନ୍ଧୁ ଯୋଷୀ, ଧୄବଚରଣ ପଧାନ, ଶିବପ୍ରସାଦ ମେହେର, ପରେଶନାଥ ପାଣିଗ୍ରାହୀ, ମୋହନ ଚରଣ ଦାଶ,ପ୍ରେମାନନ୍ଦ ମେହେର, ପ୍ରଦ୍ୟୁମ୍ନ କୁମାର ସିଂହ ଚିନ୍ଦା, ନିଲାଂଚଳ ମେହେର, ଚୂଡ଼ାମଣି ମେହେର, ହରେକୃଷ୍ଣ ମେହେର, ଗୌତମ ମେହେର, ତରୁଣ କୁମାର ମେହେର, କେଦାର ନାଥ କାଣ୍ତ ପ୍ରମୁଖ ଆଲୋଚନାରେ ଭାଗ ନେବା ସହ ସ୍ବରଚିତ କବିତା ପାଠ କରିଥିଲେ । ଶେଷରେ ବଂଶୀଧର ଜଗତ ଧନ୍ୟବାଦ ଅର୍ପଣ କରିଥିଲେ ।