
ବଲାଙ୍ଗିର,ସିନ୍ଧେକେଲା ଥାନାରେ ଥିବା ପୁଲିସ ଏ ଏସ୍ ଆଇ ସୁମନ୍ ମଲ୍ଲିକ ଥାନାରେ ପରିସରରେ ଚରୁଥିବା ଦୁଇଟି ଛେଳି ଚୋରି କରି ତାକୁ ନେଇ ଭୋଜି କରିବା ମାହାଙ୍ଗା ପଡ଼ିଚି । ଆଜି ଜିଲ୍ଲା ପୁଲିସ ଅଧିକାରୀ ସମ୍ପୃକ୍ତ ଅଧିକାରୀଙ୍କୁ ନିଲମ୍ବିତ କରିଥିବା ଖବର ମିଳିଛି ।
ଘଟଣାରୁ ପ୍ରକାଶ ଯେ, ସିନ୍ଧେକେଲା ଥାନା ପାଖରେ ସଙ୍କୀର୍ତ୍ତନ ଗୁରୁ ରହନ୍ତି ତାଙ୍କର ଦୁଇଟି ଛେଳି ଚରିବା ପାଇଁ ଛାଡ଼ି ଦେଇଥିଲେ । ଛେଳି ଚରିବା ବେଳେ ଥାନା ହତା ମଧ୍ୟରେ ପଶି ଯାଇଥିଲେ। ସେହି ଛେଳିକୁ ଥାନାରେ କାମ କରୁଥିବା ଏ ଏସ୍ ଆଇ ସୁମନ୍ ମଲ୍ଲିକ ଅନ୍ୟ କର୍ମଚାରୀ ଧରି ପକାଇ ହାଣିବା ବେଳେ ଛେଳି ମାଲିକଙ୍କ ଝିଅ ଡଲି ଦେଖିବା ସହ ଖବର ଦେଇଥିଲେ । ମାଲିକ ଆସି କହିବାରୁ ତାଙ୍କୁ ନାଲି ଆଖି ଦେଖାଇ ତାଙ୍କୁ ଥାନାରେ ଅଟକ ରଖିଥିଲେ । ଏହି ଘଟଣା ପ୍ରଘଟ ହେବାରୁ ବିଭିନ୍ନ ସଂଗଠନ ବଣିକ ସାମାଜ ଓ ସାଧାରଣ ଲୋକେ ସଂଗଠିତ ହୋଇ ଥାନା ଘେରାଉ କରିଥିଲେ । ଥାନାର ଇନ୍ସପେକ୍ଟର ଥାନାରେ ନଥିଲେ । ସେ ପହଂଚି ଘଟଣା ସମ୍ପର୍କରେ ଜାଣିବା ପରେ ଆପୋଷ ବୁଝାମଣା ମଧ୍ୟରେ ମାମଲାର ସମାଧାନ କରିବାକୁ ଚେଷ୍ଟା କରିଥିଲେ । କ୍ଷତି ପୂରଣ ବାବାଦରେ ଛେଳିର ମୂଲ୍ୟ ଦେବାକୁ ମାଲିକ ଦାବି କରିଥିଲେ । ଗଣମାଧ୍ୟମରେ ଏ ସମ୍ପର୍କରେ ପ୍ରଘଟ ହେବା ପରେ ବଲାଙ୍ଗିର ଏସପି ନୀତିନ୍ କୁଶଳକାର ସମ୍ପୃକ୍ତ ଏଏସ୍ ଆଇଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଥିବା ପୋଲିସ ସୂତ୍ରରୁ ପ୍ରକାଶ । ଥାନାରେ ଅନ୍ୟ କର୍ମଚାରୀମାନଙ୍କ ନାମରେ ସମ୍ପୃକ୍ତି ଅଭିଯୋଗ ଥିବାରୁ ଘଟଣାରେ କଣ ପଦକ୍ଷେପ ଆଗକୁ ନିଆଯାଉଛି ଏଥିପାଇଁ ଅପେକ୍ଷା କରାଯାଇଛି ।