ପୁରୀ, ଆଜି ନୂଆବର୍ଷରେ ଶ୍ରୀମନ୍ଦିରରେ ଭକ୍ତ ମାନଙ୍କ ନିମନ୍ତେ ଦର୍ଶନ ବନ୍ଦ ରହିଛି । କିନ୍ତୁ, ପର୍ଯ୍ୟଟକ ଓ ତୀର୍ଥଯାତ୍ରୀ ମାନେ ପୁରୀକୁ ଆସିବାରେ ଲାଗିଛନ୍ତି । ସେମାନେ ଶ୍ରୀଜୀଉ ମାନଙ୍କୁ ଦର୍ଶନ କରିନପାରି ସମୁଦ୍ର କୂଳେ ଭିଡ଼ ଜମାଉଛନ୍ତି । ଯାହା ଫଳରେ ସମୁଦ୍ରକୂଳ ଲୋକାରଣ୍ୟ ହୋଇଉଠିଛି । ଆଜି ସକାଳୁ ନୂଆ ବର୍ଷର ପ୍ରଥମ ସୂର୍ଯ୍ୟଙ୍କୁ ଦର୍ଶନ କରିବା ପାଇଁ ପର୍ଯ୍ୟଟକ ମାନେ ଚାହିଁ ରହିଥିଲେ । ଅନ୍ୟପକ୍ଷରେ ଆସନ୍ତାକାଲି ରବିବାର ଯୋଗୁଁ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରହିବ । ଏଣୁ ଦୂରରୁ ଆସିଥିବା ଦର୍ଶନାର୍ଥୀ ମାନେ ସମୁଦ୍ର କୂଳରେ ଥିବା ବିଭିନ୍ନ ହୋଟେଲରେ ରହି ସାଗରର ସୌନ୍ଦର୍ଯ୍ୟ ଉପଭୋଗ କରୁଛନ୍ତି ।