ଭୁବନେଶ୍ୱର,ଆଜି ନୂତନ ବର୍ଷ ଅବସରରେ ରାଜ୍ୟ ସରକାର ୮୧୦୨ ଚୁକ୍ତିଭିତିକ କନିଷ୍ଠ ଶିକ୍ଷକମାନଙ୍କ ଚାକିରିକୁ ନିୟମିତ କରିବା ନିମନ୍ତେ ନିଷ୍ପତି ଗ୍ରହଣ କରିଛନ୍ତି । ମୁଖ୍ୟମନ୍ତ୍ରୀ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକମାନଙ୍କ ପଦୋନ୍ନତି ନିମନ୍ତେ ଉଦ୍ଦିଷ୍ଟ ସମୟସୀମାକୁ କୋହଳ କରିଥିବାରୁ ୪୦ ହଜାର ୫୨ ଜଣ ଶିକ୍ଷକଙ୍କୁ ପଦୋନ୍ନତି ଦିଆଯାଇ ପାରିଛି ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ପ୍ରକାଶ କରିଛନ୍ତି ।