
ଭୁବନେଶ୍ୱର, ରାଜଧାନୀର ଏକ ଘରୋଇ କଲେଜର ହଷ୍ଟେଲରୁ ଜଣେ କଲେଜ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ମିଳିବା ଘଟଣାକୁ ନେଇ ରାଜଧାନୀରେ ଚାଂଚଲ୍ୟ ଖେଳିଯାଇଛି । ଇନଫୋସିଟି ଥାନା ଅନ୍ତର୍ଗତ ସୃଷ୍ଟି ଏକାଡେମି ଅଫ ମ୍ୟାନେଜମେଂଟ ନିକଟରେ ଥିବା ଏକ ଛାତ୍ରୀନିବାସରୁ ଜଣେ କଲେଜ ଛାତ୍ରୀଙ୍କ ମୃତଦେହ ଉଦ୍ଧାର ହୋଇଛି । ଉକ୍ତ ଯୁବତୀଜଣକ ଆତ୍ମହତ୍ୟା କରିଥିବାର ଅଭିଯୋଗ ହୋଇଛି । ଇନଫୋସିଟି ଥାନା ପୋଲିସ୍ ଯୁବତୀଙ୍କ ମୃତଦେହ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି । ମୃତ ଛାତ୍ରୀ ଜଣକ ଘରୋଇ କଲେଜର ଏମବିଏ ଦ୍ୱିତୀୟ ବର୍ଷର ଛାତ୍ରୀ ଥିଲେ । ଉକ୍ତ ରୁମ୍ ରେ ସେ ଅନ୍ୟ ଦୁଇ ଛାତ୍ରୀଙ୍କ ସହ ରହୁଥିବା ବେଳେ ନୂଆବର୍ଷ ଥିବାରୁ ସେମାନେ ଘରକୁ ଚାଲିଯାଇଥିଲେ । ରୁମ୍ ରେ ଏକା ଥିବା ବେଳେ ଛାତ୍ରୀ ଜଣକ ଆତ୍ମହତ୍ୟା କାହିଁକି କଲେ ତାର କାରଣ ଖୋଜିବ ପୋଲିସ୍ ।