
ଭୁବନେଶ୍ୱର, ସୈନିକସ୍କୁଲ ଭୁବନେଶ୍ୱର ପୁରାତନ ଛାତ୍ର ପରିଷଦ ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି । ଦେଶର ବିଭିନ୍ନ ଭାଗରୁ ପ୍ରାୟ ୫୦୦ରୁ ଉର୍ଦ୍ଧ୍ୱ ପୁରାତନ ଛାତ୍ର ସେମାନଙ୍କର ପରିବାର ସହିତ ଯୋଗ ଦେଇଥିଲେ । ପ୍ରଥମେ ପୁରାତନ ଛାତ୍ର ଲେପ୍ଟନାଂଟ ଜେନେରାଲ ଜେ.କେ.ମହାନ୍ତିଙ୍କ ଦ୍ୱାରା ସହିଦ ସ୍ମୃତିସ୍ଥମ୍ଭରେ ମାଲ୍ୟାର୍ପଣ କରାଯାଇଥିଲା ।ପୁରାତନ ଛାତ୍ର ଡାକ୍ତର ନିରଞ୍ଜନ ପାଢୀ ଓ ତାଙ୍କର ସହଯୋଗୀମାନଙ୍କ ସହାୟତାରେ ଏକ ସ୍ୱାସ୍ଥ୍ୟପରୀକ୍ଷା ଶିବିର ଓ ରକ୍ତଦାନ ଶିବିର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏଥିରେ ପ୍ରାୟ ୪୦ ଜଣ ସଭ୍ୟ ରକ୍ତଦାନ କରିଥିଲେ ।
ଏହି ସମ୍ମିଳନୀରେ ପୁରାତନ ଛାତ୍ରପରିଷଦର ନୂତନ କର୍ମକର୍ତା ଚୟନ କରାଯାଇଥିଲା । ହରଦମନ ସିଂ ସଭାପତି , ମଧୁସୂଦନ ପାଢୀ( ଆଇ.ଏ.ଏସ୍.) ଉପ ସଭାପତି ,କମାଣ୍ଡର ଦୀନେଶ ସ୍ୱାଇଁ ସେକ୍ରେଟାରୀ , ସତ୍ୟ ମହାନ୍ତି ଯୁଗ୍ମ ସେକ୍ରେଟାରୀ ଭାବେ ନିର୍ବାଚିତ ହୋଇଥିଲେ । ଆଗାମୀ ଫେବୃଆରୀ ୧ ରେ ସୈନିକସ୍କୁଲ ନିଜର ରୌପ୍ୟ ଜୟନ୍ତୀ ପାଳନ କରୁଥିବାରୁ , ଉତ୍ସବର ସାମଗ୍ରିକ ଉତ୍କର୍ଷ ନିମିତଏହି ନବନିର୍ବାଚିତ ପୁରାତନ ଛାତ୍ରପରିଷଦର ଗୁରୁଦାୟିତ୍ୱ ରହିବା ସ୍ୱାଭାବିକ ।
ଚଳିତ ବର୍ଷର ଏହି ବାର୍ଷିକ ଉତ୍ସବର ଆୟୋଜନର ଦାୟିତ୍ୱ ନେଇଥିଲେ ପୂର୍ବତନ ସଭାପତି ଅମିତାଭ ସ୍ୱାଇଁ । ଏଥିରେ ଲେପ୍ଟନାଂଟ ଜେନେରାଲ ଜେ.କେ.ମହାନ୍ତି ,ଏଆର୍ ମାର୍ଶାଲ ଜେ.ଏନ୍.ବର୍ମା , ବ୍ରିଗେଡିୟର୍ ଏଲ୍.ସି.ପଟ୍ଟନାୟକ , ସୈନିକସ୍କୁଲ ଅଧ୍ୟକ୍ଷ ଗ୍ରୁପ୍ କ୍ୟାପ୍ଟେନ୍ ଏସ୍.ଡୋମିନିକ ରାୟନ ଏବଂ ପରିଷଦର ଅନ୍ୟ ପୁରାତନ ଛାତ୍ର ମାନେ ଯୋଗ ଦେଇଥିଲେ ।