ମାଲକାନଗିରି, ମାଲକାନଗିରି ପୋଲିସକୁ ପୁଣି ମିଳିଛି ସଫଳତା । ଉଦ୍ଧାର ହୋଇଛି ବିପୁଳ ପରିମାଣର ଔଷଧ ସହ ବିସ୍ଫୋରକ ସାମଗ୍ରୀ । ମାଲକାନଗିରି ଜିଲ୍ଲା ସ୍ବାଭିମାନ ଅଞ୍ଚଳର ଯୋଡାମ୍ବ ଥାନା ଅନ୍ତର୍ଗତ ତାବେର ଓ ଅରିଙ୍ଗିପାଲ୍ଲୀ ଅଞ୍ଚଳରେ ସୁରକ୍ଷା କର୍ମୀଙ୍କ କମ୍ବି ଅପରେସନ ସମୟରେ ଜବତ ହୋଇଛି ବିପୁଳ ପରିମାଣର ବିସ୍ଫୋରକ ସହ ମାଓ ସାମଗ୍ରୀ । ଆନ୍ଧ୍ର – ଓଡିଶା ସୀମାନ୍ତରେ ବି.ଏସ.ଏଫ., ଡି.ଭି.ଏଫ ଓ ଏସ.ଓ.ଜି ବାହିନୀର ଯବାନ ମାନେ ମିଳିତ ଭାବେ କୁମ୍ବିଂ କରୁଥିବା ବେଳେ ଗୁଇନ୍ଦା ସୂଚନା ପାଇ ତାବେର ଓ ଅରିଙ୍ଗିପାଲ୍ଲୀ ଗ୍ରାମ ନିକଟରେ ମାଟି ତଳୁ ବିପୁଳ ପରିମାଣର ମାଓ ସାମଗ୍ରୀ ଉଦ୍ଧାର କରିଛନ୍ତି । ଯାହା ମଧ୍ୟରେ ୬ଟି ଟିଫିନ୍ ବୋମା, ୨ଟି ପ୍ରେସର ଆଇଡି, ୨ଟି ୭.୬୨ର ଏମ.ଏମ. ବଲ୍ ଆମୁନେସ, ଗୋଟିଏ ଇନଶାସ ମାଗାଜିନ, ଗୋଟିଏ ହେଭରସେକ, ବିପୁଳ ପରିମାଣର ଔଷଧ, କୋଡେକ୍ସ କେବୁଲ ସହ ଅନେକ ବିସ୍ଫୋରକ ସାମଗ୍ରୀ ଜବତ କରିଛନ୍ତି । ଯବାନ ଓ ସାଧାରଣ ଲୋକଙ୍କୁ ଟାର୍ଗେଟ କରି ମାଓବାଦୀ ମାନେ ଅସ୍ତ୍ରଶସ୍ତ୍ର ସହ ବିସ୍ଫୋରକ ସାମଗ୍ରୀ ଏଠାରେ ରଖୁଥିବା ମାଲକାନଗିରି ଏସ.ଡି.ପିଓ କହିଛନ୍ତି । ଆଗାମୀ ଦିନରେ ମଧ୍ୟ ଏହି ଅପରେସନ ସମ୍ପୃକ୍ତ ଅଞ୍ଚଳରେ ଜାରି ରହିବ ବୋଲି ଜଣାପଡିଛି ।