
ଭବାନୀପାଟଣା, ତ୍ରି ସ୍ତରୀୟ ପଞ୍ଚାୟତ ନିର୍ବାଚନ ଯେତିକି ପାଖେଇ ଆସୁଛି କଳାହାଣ୍ଡି ରାଜନୀତି ସେତିକି ସରଗରମ ହେବାରେ ଲାଗିଛି । ନେତା ମାନଙ୍କର ଦଳ ଡିଆଁ ଋତୁ ଆରମ୍ଭ ହେଇଥିବା ବେଳେ ସେପଟେ ବିଜେପି ତାର ଜନ ଆଶିର୍ବାଦ ଯାତ୍ରାର ଶୁଭାରମ୍ଭ କରିଛି । ଆଜିର ଜନ ଆଶୀର୍ବାଦ ଯାତ୍ରାରେ ଟିପିଗୁଡ଼ା ଠାରେ ଏକ ସଭା ଆୟୋଜନ କରାଯାଇଥିଲା । ଏହି ସଭାରେ କଳାହାଣ୍ଡି ଜିଲ୍ଲା ସାଂସଦ ବସନ୍ତ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ କେନ୍ଦ୍ର ସରକାରଙ୍କ ଜନହିତକର ଯୋଜନା ଗୁଡିକ ବାବଦରେ ଜନସାଧାରଣଙ୍କୁ ଅବଗତ କରାଇଥିଲେ । କେନ୍ଦ୍ର ସରକାରଙ୍କ ଯୋଜନାକୁ ରାଜ୍ୟ ସରକାର ନିଜ ଯୋଜନା କହି ଲାଭ ଉଠାଉଛି କହି ରାଜ୍ୟ ସରକାରଙ୍କୁ କଟୁ ସମାଲୋଚନା କରିଥିଲେ । ସଭାରେ କେନ୍ଦ୍ର ସରକାରଙ୍କ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ଶିବ ପ୍ରସାଦ ଭୋଇ ବିଜେପି ଦଳରେ ନୂତନ ଭାବେ ଯୋଗ ଦେଇଥିଲେ ।
କାର୍ଯ୍ୟ କ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସମ୍ମାନୀୟ ଅତିଥି ଭାବେ ଲକ୍ଷ୍ମୀକାନ୍ତ ବାଗ, ଜିଲ୍ଲା ଉପ ସଭାପତି ସୁଧୀର କୁମାର ପଟ୍ଟଯୋଶୀ, ନବରଙ୍ଗପୁର ପ୍ରଭାରୀ ହିମାଂଶୁ ଶେଖର ପଣ୍ଡା, ହରେକୃଷ୍ଣ ପଣ୍ଡା ଧର୍ମଗଡ ଏନଏସି ସଭାପତି, ଅପ୍ରେସ ସ୍ୱାଇଁ, ବିଭୁଦତ୍ତ ପ୍ରଧାନୀ ଟିପୀଗୁଡ଼ା ମଣ୍ଡଳ ସଭାପତି, ଟି.କେ. ରାମ ସାହୁ କଳାହାଣ୍ଡି ଜିଲ୍ଲା କୃଷକ ମୋର୍ଚ୍ଚା ଉପ ସଭାପତି, ଗଜେନ୍ଦ୍ର ନାଏକ ପୂର୍ବତନ ସରପଂଚ ଟିପୀଗୁଡା ଗ୍ରାମପଞ୍ଚାୟତ, ବନ୍ଦ କୁମାର ନାଏକ ଗ୍ରାମ ଗହତୀଆ, ଦିଗସନ୍ ମଙ୍ଗରାଜ ସମାଜ ସେବୀ, ସୁନ୍ଦର୍ ନାଏକ ବରିଷ୍ଠ ପିଜେପି ସଭ୍ୟ, ମୁନି ରାମ ନାଏକ ବରିଷ୍ଠ ବିଜେପି ସଭ୍ୟ ପ୍ରମୁଖ ମଞ୍ଚାସିନ ହେଇ ନିଜ ନିଜର ବକ୍ତବ୍ୟ ରଖିଥିଲେ । ଏହି ଯାତ୍ରା ଧର୍ମଗଡ ଜିଲ୍ଲା ପରିଷଦ ଜୋନ୍ ନଂ ୧ ର କାନାଗାଁ, ଗତାଗୁଡା, ରାଜ ମୋଟେର, ଏପରି ଦଶ ଗୋଟି ଗ୍ରାମରେ ଅନୁଷ୍ଠିତ ହେବ ବୋଲି ସାଂସଦ ପ୍ରକାଶ କରିଥିଲେ । ଟି.କେ. ରାମ ସାହୁ ସୁନ୍ଦର ଭାବେ ସଭା ପରିଚାଳନା କରିଥିଲେ ।