ଭୁବନେଶ୍ୱର – କ୍ରୀଡ଼ାର ବିକାଶ କ୍ଷେତ୍ରରେ ଓଡ଼ିଶାର କାର୍ଯ୍ୟ ପ୍ରଶଂସନୀୟ । ଏ କ୍ଷେତ୍ରରେ ଓଡ଼ିଶା ନେତୃତ୍ୱ ନେଉଛି ବୋଲି କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ କିରଣ ରିଜୁ ପ୍ରକାଶ କରିଛନ୍ତି ।
ଆଜି ଲୋକସଭା ଭବନଠାରେ କେନ୍ଦ୍ରମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ । ସାକ୍ଷାତ ଆଲୋଚନାରେ ଆସନ୍ତା ବର୍ଷରେ ୟୁନିଭର୍ସିଟି ଗେମର ଆୟୋଜନ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ପ୍ରସ୍ତାବ ଦେଇଥିଲେ ଏବଂ ମୁଖ୍ୟମନ୍ତ୍ରୀ ସେଥିରେ ରାଜି ହୋଇଛନ୍ତି । ଓଡ଼ିଶାର କ୍ରୀଡ଼ାର ବିକାଶ ପାଇଁ କେନ୍ଦ୍ର ପକ୍ଷରୁ ଯେଉଁ ସାହାଯ୍ୟ ସହଯୋଗ କରାଯିବା କଥା ତାହା କରାଯିବ ବୋଲି ସେ କହିଥିଲେ ।