
-
ଅପହୃତ ଗାଡ଼ି ଚାଳକଙ୍କୁ ଉଦ୍ଧାର କଲା ପୋଲିସ
ଖୋର୍ଦ୍ଧା, ୧୬ ନଂ ଜାତୀୟ ରାଜପଥରେ ଦିନକୁ ଦିନ ଲୁଟେରାମାନଙ୍କ ପାଦୁର୍ଭାବ ବୃଦ୍ଧି ପାଇଚାଲିଛି । ଗୋଟିଏ ସମୟରେ ଜାତୀୟ ରାଜପଥରେ ୩ଟି ଗାଡିର ଡ୍ରାଇଭର ଓ ହେଲପରଙ୍କୁ ମାଡ଼ମାରି ଟଙ୍କା ଲୁଟିବା ସହିତ ଜଣେ ଡ୍ରାଇଭରକୁ ଲୁଟେରାମାନେ ଅପହରଣ କରି ନେଇଥିବା ଅଭିଯୋଗ ହୋଇଛି । ଅଭିଯୋଗ ପରେ ପୋଲିସ ଅପହୃତ ଡ୍ରାଇଭରକୁ ଉଦ୍ଧାର କରିଛି । ଏଭଳି ଘଟଣା ଘଟିଛି ।୧୬ ନଂ ଜାତୀୟ ରାଜପଥ ବଡ ପୋଖରିଆ ନିକଟରେ ।
ସୂଚନା ମୁତାବକ, ପାରାଦ୍ୱୀପରୁ ହାଇଡ୍ରୋକ୍ଲୋରାଇଡ୍ ଏସିଡ୍ ଲୋଡ୍ କରି ଆନ୍ଧ୍ରପ୍ରଦେଶ ଅଭିମୁଖେ ଆଗପଛ ହୋଇ ୩ ଟି ଟ୍ୟାଙ୍କର ବାହାରି ଥିଲେ । ହେଲେ ୧୬ନମ୍ବର ଜାତୀୟ ରାଜପଥ ବଡ ପୋଖରିଆ ନିକଟରେ ଏକ କାରରେ ୪ ଜଣ ଲୁଟେରା ଆସି ଟ୍ୟାଙ୍କର ସମ୍ମୁଖରେ କାର୍ କୁ ରଖିଦେଇଥିଲେ । ଫଳରେ ୩ ଟି ଯାକ ଟ୍ୟାଙ୍କର ଅଟକିଯାଇଥିଲା । ଲୁଟେରାମାନେ ହାଇଡ୍ରୋକ୍ଲୋରାଇଡ୍ ଏସିଡ୍ ଲୋଡ୍୩ ଗାଡି ଚାଳକଙ୍କୁ କାଠ ଫାଳିଆ ଓ ଲୁହା ରଡ୍ ରେ ଆକ୍ରମଣ କରି ଅନ୍ୟୁନ ୫୦ ହଜାରରୁ ଅଧିକ ଟଙ୍କା ଲୁଟି ନେଇଥିବା ଜଣା ପଡିଛି । ଏପରିକି ଜଣେ ଟ୍ୟାଙ୍କର ଚାଳକଙ୍କୁ ଅପହରଣ କରିନେଇଥିବା ସାଥି ଚାଳକ ମାନେ ଅଭିଯୋଗ କରିଛନ୍ତି । ଅପହରଣ ହୋଇଥିବା ଚାଳକଙ୍କ ନାମ ଭେଙ୍କେଟଶ୍ୱର ରାଓ ଏବଂ ତାଙ୍କ ଘର ଆନ୍ଧ୍ରପ୍ରଦେଶ ବୋଲି ଜଣାପଡିଛି । ଲୁଟେରାଙ୍କ ଆକ୍ରମଣରେ ଏନ୍. ଅଜୟ କୁମାର, ନରସିଂହା ରାଓ ଏବଂ ସନ୍ତୋଷ ଯାଦବ ଆହତ ହୋଇଛନ୍ତି । ଆହତ ମାନଙ୍କୁ ସ୍ଥାନୀୟ ଜନସାଧାରଣ ୧୦୮ ଆମ୍ବୁଲାନସ ଯୋଗେ ଚିକିତ୍ସା ପାଇଁ ଟାଙ୍ଗୀ ମେଡିକାଲରେ ଭର୍ତି କରିଥିଲେ । ପରେ ଉକ୍ତ ତିନି ଜଣ ଆହତ ଡ୍ରାଇଭରଙ୍କୁ ପ୍ରାଥମିକ ଚିକିତ୍ସା ପରେ ଛାଡି ଦିଆଯାଇଛି । ଖବର ପାଇ ନିରାକାରପୁର ଥାନା ପୋଲିସ୍ ଘଟଣାସ୍ଥଳରେ ପହଂଚି ତନାଘନା ଆରମ୍ଭ କରିଛି । ଅପରପକ୍ଷେ ଅପହୃତ ଗାଡ଼ିଚାଳକ ଏକ ନିର୍ଦ୍ଦିଷ୍ଟ ସ୍ଥାନରୁ ଉଦ୍ଧାର ହୋଇଥିବା ଆଇଆଇସି ଗୀତାଞ୍ଜଳି ନାୟକ ସୂଚନା ଦେଇଛନ୍ତି ।