ନୂଆପଡ଼ା,ନୂଆପଡା ଜିଲ୍ଲା ବୋଡେ଼ନ ବ୍ଲକ ଲରକା ଗ୍ରାମପଂଚାୟତ ଅନ୍ତର୍ଗତ ଅନକାପୁର ଗ୍ରାମର ଲକ୍ଷ୍ମୀ ରଣା, ବୟସ ୬୩ ବର୍ଷ ହୋଇ ମଧ୍ୟ ଭତ୍ତା ପାଇବାରୁ ବଞ୍ଚିତ ରହିଛନ୍ତି । ପ୍ରକୃତରେ ତାଙ୍କ ବୟସ ଅଧିକ ରହିଥିବା ବେଳେ ଆଧାର କାର୍ଡ଼ରେ ମଧ୍ୟ ବୟସ କମ୍ ଉଲ୍ଲେଖ ରହିଅଛି । ଆଧାର କାର୍ଡ ମୁତାବକ ମଧ୍ୟ ୬୩ ବର୍ଷ ହୋଇଅଛି । ତିନି ବର୍ଷ ହେବ ଲକ୍ଷ୍ମୀ ରଣା ଭତ୍ତା ପାଇବାରୁ ବଞ୍ଚିତ ହେଉଛନ୍ତି । ବର୍ତ୍ତମାନ ସେ ନିଜ ଘରେ ରହି ଠିକ ରୂପେ ଚାଲି ବୁଲି ମଧ୍ୟ ପାରୁ ନାହାନ୍ତି । ତେଣୁ ବ୍ଲକ ପ୍ରଶାସନ ଏନେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ସେ ଅନୁରୋଧ କରିଛନ୍ତି ।