ଗଞ୍ଜାମ, ଗଞ୍ଜାମ ଜିଲା ଶେରଗଡ଼ ବ୍ଲକର ପିତଳ ଧର୍ମାନନ୍ଦ ମହିଳା ସମିତିରେ ବେକାରଯୁବକ ଯୁବତୀମାନଙ୍କୁ ବାଇଓଫ୍ଳେକ ପଦ୍ଧତିରେ ମାଛଚାଷ ସମ୍ପର୍କିତ ତାଲିମ ପ୍ରଦାନ କରାଯାଇ ଆଗ୍ରହି ଯୁବକ ଓଯୁବତୀମାନଙ୍କୁ ଉତ୍ସାହିତ କରାଯାଇଛି । ଦ୍ୱିତୀୟ ପର୍ଯ୍ୟାୟରେ ଗଞ୍ଜାମ ଜିଲାର ବିଭିନ୍ନ ଅଂଚଳର ପ୍ରାୟ ଆଠଜଣ ଯୁବକ ତାଲିମ୍ ନେଇଛନ୍ତି । ଏହି ତାଲିମ ନେଇଥିବା ଯୁବକ ମାନେ ହେଲେ ଅଶୋକ କୁମାର ବେହେରା, ବେଣୁଗୋପାଳ ପ୍ରଧାନ, ଆଶିଷ କୁମାର ସେଠୀ, ଦୀପ୍ତି ରଂଜନ ପାତ୍ର, ମାନସ ରଂଜନ ଜେନା, ନିରଂଜନ ଦାସ, ଶୈଳେନ୍ଦ୍ର ମହାପାତ୍ର, ସନ୍ତୋଷ କୁମାର ପଣ୍ଡା ।
ଏଥିରେ ପବିତ୍ର କୁମାର ମୁଦୁଲି ଶିକ୍ଷାର୍ଥୀମାନଙ୍କୁ ତାଲିମ୍ ପ୍ରଦାନ କରିଥିଲେ ଓ ସରୋଜ କୁମାର ପ୍ରଧାନ ତାଲିମ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ପରିଶେଷରେ ପିତଳ ଛକ ଚନ୍ଦ୍ରିକା ଆବାସିକ ବିଦ୍ୟାମନ୍ଦିରରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ତାଲିମ ନେଇଥିବା ଯୁବକ ମାନଙ୍କୁ ମୂଖ୍ୟ ଅତିଥି ବିଚିତ୍ରା ନନ୍ଦମୁନୀ, ପବିତ୍ର କୁମାର ମୁଦୁଲୀ ଓ ସରୋଜ କୁମାର ପ୍ରଧାନ ପ୍ରମାଣ ପତ୍ର ବିତରଣ କରି ସମ୍ମାନୀତ କରିଥିଲେ ।