ଜୟପୁର – ବାହ୍ୟ ଶତ୍ରୁ ଅପେକ୍ଷା ଦୁର୍ନୀତି ଦେଶକୁ ଖୋଳ କରୁଛି । ଏହି ଦୁର୍ନୀତି ଦିନକୁ ଦିନ କମିବ କଣ ବୃଦ୍ଧି ପାଉଛି । ଏଥିପାଇଁ ଛାତ୍ରଛାତ୍ରୀମାନେ ଆଗକୁଆସି ସଚେତନାର ବାର୍ତା ଦେଶବାସୀଙ୍କୁ ଦିଅନ୍ତୁ ବୋଲି ମତ ଦେଇଛନ୍ତି ବିକ୍ରମଦେବ ସ୍ୱୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷା ରଚନା ଆଚାର୍ଯ୍ୟା । ଦୁର୍ନୀତି ନିବାରଣ ସପ୍ତାହ ଅବସରରେ ରାଜନୀତି ବିଜ୍ଞାନ ବିଭାଗ ପକ୍ଷରୁ ଆୟୋଜିତ ଦୁର୍ନୀତି ଓ ଭାରତର ଶାସନ ନୀତି ସମ୍ପର୍କିତ କର୍ମଶାଳାରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ଶ୍ରୀମତୀ ଆଚାର୍ଯ୍ୟ ଏହା କହିଛନ୍ତି । ସେ କହିଛନ୍ତି ଯେ, ଦୁର୍ନୀତିକୁ ସମୂଳେ ନଷ୍ଟ କରିବାକୁ ହେଲେ ଯୁବବର୍ଗ ସଜାଗ ହେବା କଥା । ଯେହେତୁ ଏବେ ଭାରତ ଏକ ଯୁବକଙ୍କ ରାଷ୍ଟ୍ର । ତାଙ୍କର ପ୍ରଚେଷ୍ଟାରେ ହିଁ ଏହି ଦୁର୍ନୀତି ହଟିବ । ଏହି ଅବସରରେ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଦୁର୍ନୀତି ନ କରିବାକୁ ଶପଥ ନେଇଥିଲେ । ଏଥିରେ ମହାବିଦ୍ୟାଳୟର ଅଧ୍ୟାପକ ସନ୍ତୋଷୀନି ମୁଣ୍ଡା, ସଞ୍ଜୟ କୁମାର ସାହୁ, ରଜନୀ କିଶନ୍, ଶଙ୍କର ପ୍ରସାଦ ଦୁରିଆ, କାହ୍ନୁ ଚରଣ ବରଡ଼, ଉତମ ପାଣିଗ୍ରାହୀ, କାଜଲ ଗନ୍ତାୟତ ଓ ଗାୟତ୍ରୀ ମହାପାତ୍ର ପ୍ରମୁଖ ଯୋଗ ଦେଇ ମତ ଦେଇଥିଲେ । ତେବେ ଅଧ୍ୟାପକ ମାନେ ଦୁର୍ନୀତିକୁ ହଟାଇବାକୁ ହେଲେ ନିଜେ ସଚେତନ ହେବା ସହ ବିଭିନ୍ନ ମାଧ୍ୟମର ସହଯୋଗ ନେବା ଉଚିତ । ଯୁବଗୋଷଠୀ ସାମାଜିକ ଗଣମାଧ୍ୟମରେ ଦୁର୍ନୀତିମୁକ୍ତ ଭାରତ ପ୍ରତିÂା ପାଇଁ ପ୍ରଚାର ପ୍ରଚାର ପ୍ରସାର କରିବା ଆବଶ୍ୟକ ପଡ଼ିଲେ ଏହାକୁ ବ୍ୟବହାର କରି କିପରି ସମୂଳେ ନାଶ କରିବାକୁ ବ୍ୟବସ୍ଥା ଗ୍ରହଣ କରନ୍ତୁ ବୋଲି ପରାମର୍ଶ ଦେଇଥିଲେ ।
ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ସବୁ ଛାତ୍ରଛାତ୍ରୀ ନିଜ ବକ୍ତବ୍ୟ ରଖବ ଦୁର୍ନୀତି ବିରୋଧରେ ସ୍ୱର ଉତୋଳନ କରିବାକୁ ପଣ କରିଥିଲେ ।