-
ମିଶନାରିଜ୍ ଅଫ ଚାରିଟିର ଅନ୍ତେବାସୀ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି ସେଥିପ୍ରତି ଧ୍ୟାନ ଦିଅ
ଭୁବନେଶ୍ୱର, ଓଡିଶାରେ ମିଶନାରିଜ୍ ଅଫ ଚାରିଟି ଦ୍ୱାରା ପରିଚାଳିତ ବିଭିନ୍ନ ସଂସ୍ଥା ଯଥା କୁଷ୍ଠାଶ୍ରମ ଓ ଅନାଥାଶ୍ରମ ମାନଙ୍କରେ ଥିବା ଅନ୍ତେବାସୀମାନେ ଯେପରି କୌଣସି ସମସ୍ୟା ବିଶେଷ କରି ଖାଦ୍ୟ ନିରାପତା ତଥା ସ୍ୱାସ୍ଥ୍ୟ ସଂପର୍କିତ ସମସ୍ୟାର ସମ୍ମୁଖୀନ ନ ହୁଅନ୍ତି, ତାକୁ ଦୃଷ୍ଟିରେ ରଖି ଆଗୁଆ ପଦକ୍ଷେପ ନେବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଆବଶ୍ୟକ ପଡିଲେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଏହି ସଂସ୍ଥାଗୁଡିକୁ ତୁରନ୍ତ ସହାୟତା ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।ସୂଚନାଯୋଗ୍ୟ ଯେ ଓଡ଼ିଶାରେ ମିସନାରିଜ୍ ଅଫ୍ ଚାରିଟି ପକ୍ଷରୁ ପରିଚାଳିତ ଅନେକ କୁଷ୍ଠାଶ୍ରମ ଓ ଅନାଥାଶ୍ରମ ରହିଛି ।