ରାଉରକେଲା -ନିଜକୁ ଆଗ ଦୁର୍ନୀତି ମୁକ୍ତ ରଖି ତାପରେ ଦୁର୍ନୀତିକୁ ନେଇ ସଭା ସମିତିରେ ଉପଦେଶ ଦେଲେ ତାହା ଲୋକ ଲୋଚନରେ ଗ୍ରହଣୀୟ ହେବ ବୋଲି ଆଜି ରାଉରକେଲା ଠାରେ ଆୟୋଜିତ ଦୁର୍ନୀତି ନିବାରଣ ସପ୍ତାହ ଉଦଯାପନୀ ଦିବସରେ ସଭା ଭିତରେ ଓ ବାହାରେ ଥିବା ଶ୍ରୋତା ମାନେ ମତ ଦେଇଛନ୍ତି । ରାଉରକେଲା ଆଇଟିଡିଏ ସଭା ଗୃହରେ ଆୟୋଜିତ ସବାରେ ସେମାନେ କହିଛନ୍ତି ଦୁର୍ନୀତି ନିବାରଣ ସପ୍ତାହ ଏହି ଭଳି ବର୍ଷ ବର୍ଷ ଧରି ପାଳନ ହେଉଛି,ସଚେତନତା ସୃଷ୍ଟି କରାଯାଉଛି କିନ୍ତୁ ଦୁର୍ନୀତିର ପରିମାନ କମିବା ପରିବର୍ତେ ବଢିବାରେ ଲାଗିଛି ।ବର୍ତମାନ ଭିଜିଲାନ୍ସ ଜାଲରେ ଖାଲି କୋଟୀପତି ଧରାପଡୁଥିବାର ଦେଖାଯାଉଛି ।ଖାଲି ସେତିକି ନୁହେଁ,ସାମାଜରେ ଥିବା ଆଗଧାଡିର ଲୋକେ ,ଯେଉଁମାନେ ନ୍ୟାୟ ଓ ବିଚାର କରନ୍ତି କିମ୍ବା ସରକାରଙ୍କର ଶାସନ ବ୍ୟବସ୍ଥାରେ ଆଗଧାଡିରେ ରହି କାମକରୁଛନ୍ତି ଓ ବେଳେ ଏମିତି ଏହିଭଳି ସଭାରେ ଅନେକ ଉପଦେଶ ଦିଅନ୍ତି ସେମାନେ ବି ଅନେକ ସମୟରେ ଦୁର୍ନୀତି ଅଭିଯୋଗରେ ବନ୍ଧା ହେବା ଦେଖାଉଛି । ଏଭଳି ଦୁର୍ନୀତି ଖୋର ଲୋକେ ଯଦି ସଭା ସମିତିରେ ବସି ଦୁର୍ନୀତିକୁ ନେଇ ଉପଦେଶ ଦେବେ ତେବେ ତାହା ଗ୍ରହଣୀୟ ହେବ ନାହିଁ ବୋଲି ଅନେକ ମତ ବ୍ୟକ୍ତ କରିଛନ୍ତି । ବର୍ତମାନ ବ୍ୟବସ୍ତାରେ ଏହି ବିଭାଗ ଟାର୍ଗେଟ ପୁରଣ ଲାଗି ବ୍ୟସ୍ତ ରହି କିରାଣୀ ,ପିଅନ ଙ୍କୁ ବାନ୍ଧୁଥିବା ବେଳେ ,ବାସ୍ତବରେ ମୁଳ ଲୋକମାନଙ୍କୁ ଛାଡିଦେଉଥିବା ଦେଖା ଯିବା ସହ ସେମାନଙ୍କ ସହ ହାତ ମିସାଇ ବିଭାଗ ଚାଲିଥିବା ଅଭିଯୋଗ କରାଯାଇଛି । ଗୋଟାଏ ସଂସ୍ଥାରେ ମୁଳ ଅଫିସର ଯଦି ଠିକ୍ ରୁହେ ତେବେ ସେ ଅଫିସରେ ସବୁି କିଛି ଠିକ ଚାଲିବାର ଅନେକ ଉଦାହରଣ ରହିଛି ।ତେଣୁ ଯଦି କେତେ ବେଳେ ଦୁର୍ନୀତିର ଅଭିଯୋଗ ଆସୁଛି ସେହି ବିଭାଗର ମୁଖ୍ୟଙ୍କ କାର୍ଯ୍ୟକଳାପକୁ ଆଗ ଯାଂଚ କରାଯାଇ ବାସ୍ତବରେ ଦୁିର୍ନୀତିକୁ ରୋକାଯାଇପାରିବ ବୋଲି ବକ୍ତା ଓ ଶ୍ରୋତା ମାନେ ମତ ଦେଇଛନ୍ତି । ରାଉରକେଲା ସହରରେ ଥିବା ବିଭିନ୍ନ ଅଫିସରେ ୧୨ ରୁ ୧୬ ପ୍ରତିଶତ ଠିକା କାମରେ କେଉଁ ବଡ ବାବୁ ମାନେ ନେଇ ମଜାରେ ଜୀବନ କାଟୁଛନ୍ତି ସେଥିଲାଗି ନିମ୍ନ ମାନର କାମ ହେଉଛି,କେଉଁ ିବଡ ବାବୁଙ୍କ ଘରେ କେଉଁ ଇଂଜିନିଅର ନେଇ ବିଲ ବାବଦ ଅର୍ଥ ଲାଗି କମିଶନ ଦେଇ ଆସୁଛି ଓ କାହା ମୁଣ୍ଡରେ ଅଠା ବୋଳା ଯାଉଛି ,ବିଭିନ୍ନ ରୋଜଗାରିଆ ଅଫିସକୁ ବାରମ୍ବାର ଆସିବା ଓ ରାଉରକେଲା କୁ ପ୍ରତିଯୋଗିତା କରି ଆସିବା ଭଳି ବାବୁ ମାନଙ୍କ ସଂପର୍କରେ ଆଗ ଭିଜିଲାନ୍ସ ବାବୁ ମାନେ ଖୋଜି ବାହାର କରିବା ଦରକାର ବୋଲି ପରାମର୍ଶ ଦିଆଯାଇଛି ।ଏ ସବୁ ଛଡା ଖୋଦ ଭିଜିଲାନ୍ସ ବାବୁ ମାନେ ମଧ୍ୟ ବିଭାଗର ସମ୍ମାନ ବଯାଏ ରଖିବା ଲାଗି ଉଦ୍ୟମ କରିବା ଦରକାର । ନଚେତ ଏହା କ୍ୟାନ୍ସର ଭଳି ବ୍ୟାପିବ ଓ ସମାଜ ଲାଗି ଆଗାମୀ ଦିନରେ ମହା ବିପଦ ଆଣିବ ବୋଲି ମତ ପ୍ରକାଶ ପାଇଛି । ଏହି ଅବସରରେ ରାଉରକେଲା ଭିଜିଲାନ୍ସ ଅତିରିକ୍ତ ଏସପି ସୁବାଷ ଚନ୍ଦ୍ର ସ୍ୱାଇଁ,ଡିଏସପି ଦାଶରଥି ସେଠୀ,ରାଉରକେଲା ଏଡିଏମ ୟେଦୁଲା ବିଜୟ,ଅତିରିକ୍ତ ଏସପି ରାଉରକେଲା,ପିଏ ଆଇଟିଡିଏ,ତହସିଲଦାର ରାଉରକେଲା ,ବିଶିଷ୍ଟ ସିହିତ୍ୟିକ ପ୍ରଭତ ମଲ୍ଲିକ ପ୍ରମୁଖ ଉପସ୍ଥିତ ରହି ନିଜ ନିଜର ବକ୍ତବ୍ୟ ରଖିଥିଲେ । ଏହି ଅବସର ରେ ବିଭାଗ ପକ୍ଷରୁ ଜିଲ୍ଲା ବ୍ୟାପି କରାଯାଇଥିବା ବିଭିନ୍ନ ପ୍ରତିଯୋଗିତାରେ ସଫଳ ହୋଇଥିବା ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ
Related Stories
November 24, 2024