ଭୁବନେଶ୍ୱର,କରୋନା ଟୀକାକରଣ ମାମଲାରେ ଓଡିଶା ଏକ ମାଇଲ ଖୁଂଟ ଅତିକ୍ରମ କରିଛି । ରାଜ୍ୟରେ ବର୍ତମାନ ସୁଦ୍ଧା ୨ କୋଟି ନାଗରିକ କରୋନା ଟୀକାର ଦୁଇଟି ଡୋଜ ନେଇ ସାରିଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ କରି ଏହି ସୂଚନା ଦିଆ ଯାଇଛି । କରୋନା ବିରୋଧୀ ଲଢେଇରେ ରାଜ୍ୟବାସୀଙ୍କ ସହଯୋଗ କାରଣରୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସେମାନଙ୍କୁ ଧନ୍ୟବାଦ ଦିଆ ଯାଇଛି ।