
-
ସମୁଦାୟ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୯ ହେଲା
ଭୁବନେଶ୍ୱର, ରାଜ୍ୟରେ ଆଉ ଜଣେ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହେବା ପରେ ରାଜ୍ୟରେ ସମୁଦାୟ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୯ ହୋଇଛି ।ନୂଆ ଚିହ୍ନଟ ଓମିକ୍ରନ ଆକ୍ରାନ୍ତ ଜଣକ କେନ୍ଦୁଝର ଜିଲ୍ଲାର ବୋଲି ଜଣା ପଡିଛି । ସେ ୟୁଏଇରୁ ଫେରିଥିଲେ ।ସେ ଆସିଲାବେଳେ ନେଗେଟିଭ ଥିଲେ । ଘରେ ପହଂଚିବାର ପରେ ତାଙ୍କୁ ଜ୍ୱର ଆସିଥିଲା । ସେ କୋଭିଡ ଟେଷ୍ଟ କରିଥିଲେ ଓ ପରେ ଜିନୋମ ସ୍ୱିକେସିଂଙ୍ଗ ପରେ ଓମିକ୍ରନ ଚିହ୍ନଟ ହୋଇଛନ୍ତି । ତେବେ ସେ ବର୍ତମାନ ସମ୍ପୂର୍ଣ୍ଣ ସୁସ୍ଥ ଥିବା ଜଣା ପଡିଛି ।