
ନୂଆପଡ଼ା, ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ରାନିମୁଣ୍ଡା ଗ୍ରାମ ସ୍ଥିତ କ୍ଷୁଦ୍ର ଜଳ ସେଚନ ପ୍ରକଳ୍ପ ଡ୍ୟାମ ହିଡରେ ମୁରୁମ ବଦଳରେ ଖଲିଆ ମାଟି ପକାଉଥିବା ଅଭିଯୋଗ ହେଉଛି।ଏହାଦ୍ବାରା ହିଡ ଦୁର୍ବଳ ହେବା ସହ ଭବିଷ୍ୟତରେ ସମସ୍ୟା ଦେଖାଦେବା ଆଶଙ୍କା ରହିଛି।ଏନେଇ ସମ୍ପୃକ୍ତ ଠିକାଦାର କିବା ବିଭାଗୀୟ ଯନ୍ତ୍ରୀଙ୍କୁ ଗ୍ରାମବାସୀ ଯେତେ କହିଲେ ମଧ୍ୟ ସେମାନେ ଶୁଣୁ ନାହାନ୍ତି। କାର୍ଯ୍ୟ ସ୍ଥଳୀରେ ସାଇନ ବୋର୍ଡ଼ ଲାଗି ନଥିବାରୁ କେତେ ଟଙ୍କାର କାମ ତାହା ମଧ୍ୟ ଜଣା ପଡିନି। ଜିଲ୍ଲା ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଗ୍ରାମବାସୀ ଦାବି ଜଣାଇଛନ୍ତି ।