
ବଲାଙ୍ଗିର ,ଗ୍ରାହକ ସଚେତନତା ପକ୍ଷ ପାଳନ ଅବସରରେ ଆଜି ପୁଇଁତଳା ବ୍ଲକ ଅନ୍ତର୍ଗତ ଶିଖା ବହେଙ୍ଗା ଗ୍ରାମ ରେ ପଞ୍ଚାୟତ ସ୍ତରୀୟ ବୈଠକରେ ଗ୍ରାହକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥିଲା। ଦିନ 12 ଘଣ୍ଟା ସମୟରେ ଅଖିଳ ଭାରତୀୟ ଗ୍ରାହକ ପଞ୍ଚାୟତ ବଲାଙ୍ଗିର ସଭାପତି ଗୋପବନ୍ଧୁ ଶତପଥୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ରାଜ୍ଯ ପ୍ରଚାର ପ୍ରସାର ପ୍ରମୁଖ ଇଞ୍ଜି କିଶୋର ମୋହନ ମିଶ୍ର, ପଞ୍ଚାୟତ ର ସଂଗଠନ ମନ୍ତ୍ରୀ ଓକିଲ ଅଶୋକ କୁମାର ମିଶ୍ର,ସାଧାରଣ ସମ୍ପାଦକ ଅଶୋକ କୁମାର ମିଶ୍ର , ଗ୍ରାମ ପଞ୍ଚାୟତର ନାଏବ ସରପଞ୍ଚ ମୋହନ ପଟେଲ ପ୍ରମୁଖ ଯୋଗଦେଇ ଗ୍ରାହକ ସଚେତନତା ଦିଗରେ ବକ୍ତବ୍ୟ ରଖି ଗ୍ରାମାଞ୍ଚଳରେ ଦୈନନ୍ଦିନ ଜୀବନରେ ସଚେତନତା ଉପରେ ହେଉଥିବା ଯେକୌଣସି ସମସ୍ୟା ସଙ୍ଗଠିତ ଉଦ୍ୟମରେ ସମାଧାନ ହୋଇ ପାରିବ ବୋଲି କହିଥିଲେ। ଉପସ୍ଥିତ ମହିଳା ମାନଙ୍କ ମଧ୍ୟରୁ ସୁମତି ପଟେଲ ଓ ବିଳାସିନୀ ମିଶ୍ର ସେମାନଙ୍କ ପ୍ରଶ୍ନ ଉତ୍ତର ମାଧ୍ୟମରେ ସେମାନଙ୍କ ସନ୍ଦେହ ମୋଚନ କରିଥିଲେ। ଶେଷରେ କୋଷାଧକ୍ଷ ନବକୃଷ୍ଣ ପଟେଲ ଧନ୍ଯବାଦ୍ ଅର୍ପଣ କରିଥିଲେ। ଆରମ୍ଭରେ ଦୀପ ପ୍ରଜ୍ଵଳନ ପୁଜା ଅର୍ଚନା ଓ ଶେଷ ରେ ଶାନ୍ତିପାଠ ପରେ ସମାପନ ହୋଇଥିଲା।