ମାଲକାନଗିରି, ମାଲକାନଗିରି ମହାବିଦ୍ୟାଳୟ ପରିସରରେ ପ୍ରଥମ ଥର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ପକ୍ଷରୁ ଏକ ପାଠଚକ୍ର ଅନୁଷ୍ଠିତ ହୋଇଯାଇଛି!ବିଭାଗୀୟ ମୁଖ୍ୟ ଅଧ୍ୟାପକ ତପନ କୁମାର ବେହେରା ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଏହି ପାଠଚକ୍ର ରେ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଓଡ଼ିଶାର ପ୍ରଫେସର କୃଷ୍ଣଚନ୍ଦ୍ର ପ୍ରଧାନ ମୁଖ୍ୟବକ୍ତାଭାବେ ଯୋଗଦେଇ ଲୋକସାହିତ୍ୟ ଓ ଲୋକସଂସ୍କୃତି ରେ ବିଭିନ୍ନ ଦିଗ ବିଷୟରେ ତାତ୍ୱିକ ବିସ୍ଲେଷଣ କରିବା ସହ ଲୋକସଂସ୍କୃତି ଚିରନ୍ତନ ପ୍ରବାହମାନ ଧାରା !ସାମ୍ପ୍ରତିକ ସମୟରେ ମଧ୍ୟ ସେହି ଧାରା ଅକ୍ଷୁର୍ଣ୍ଣ ରହିଛି ଓ ତାହା ପ୍ରାସଙ୍ଗିକତା ସବୁ ସମୟରେ ରହିଛି ବୋଲି କହିଥିଲେ!ଏଥିରେ ମୁଖ୍ୟ ଅତିଥି ରୂପେ ମହାବିଦ୍ୟାଳୟ ରେ ଅଧକ୍ଷ ଅଶୋକ କୁମାର ଷଡ଼ଙ୍ଗୀ ଯୋଗଦେଇ ପାଠଚକ୍ର କୁ ଉଦଘାଟନ କରି ଆଲୋଚ୍ୟ ବିଷୟ ବସ୍ତୁ ସମ୍ପର୍କରେ ସୂଚନା ଦେଇଥିଲେ!ସଂମ୍ମାନୀୟ ଅତିଥି ଭାବେ ବାଣିଜ୍ୟ ବିଭାଗ ଅଧ୍ୟାପକ ଡ଼ ରଞ୍ଜନ କୁମାର ସ୍ୱାଇଁ ଯୋଗଦେଇ ଲୋକସଂସ୍କୃତି ରେ ବିଭିନ୍ନ ଦିଗ ସମ୍ପର୍କରେ ସୂଚନା ଦେଇ ଶ୍ଳିଷ୍ଟ ସାହିତ୍ୟ ବିଷୟରେ ଆଲୋକପାତ କରିଥିଲେ!ଅନ୍ୟ ମାନଙ୍କ ମଧ୍ୟରେ ପ୍ରାଧ୍ୟାପକ ଲିଙ୍ଗରାଜ ମିଶ୍ର, ଉମେଶ ଚନ୍ଦ୍ର ରାଉତ, ନମିତା ଦଣ୍ଡସେନା, ପ୍ରଦୀପ ଓରାମ, ଲିପ୍ସାରାଣୀ ନାୟକ,ଅଭିମନ୍ୟୁ ଦଳବେହେରା ପ୍ରମୁଖ ଉପସ୍ଥିତ ରହି ନିଜସ୍ୱ ମତାମତ ରଖିଥିଲେ!ବିଭାଗର ଛାତ୍ର ଛାତ୍ରୀ ବିଜୁପଣ୍ଡା, ସୁଦୀପ୍ତା ନାୟକ, ଜୟନ୍ତୀ କିର୍ଷାନି, ଅମର ସିଂ, ବିଶ୍ୱନାଥ ମାଡକାମୀ, ଭବାନୀ ହରିଜନ, ସସ୍ମିତା ପଡ଼ିଆମୀ, ଭୀମ ମାଡକାମୀ, ଓ ଅଭିମନ୍ୟୁ ମାଡକାମୀ ନିଜ ରଚିତ ପ୍ରବନ୍ଧ ପାଠ କରିଥିଲେ!ଏହି କାର୍ଯ୍ୟକ୍ରମ କୁଅଧ୍ୟାପକ ଟୁକୁନା ସାହୁ ସଂଯୋଜନା କରିଥିବାବେଳେ ଅଧ୍ୟାପିକା ଲକ୍ଷ୍ମୀ କୁଜୁର ଧନ୍ୟବାଦ ଅର୍ପଣ କରିଥିଲେ!