
କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ
ଟିକିତାରା ଷାଣମାସିକ ଶିଶୁ-କିଶୋର ପତ୍ରିକାର ବାର୍ଷିକ ଉତ୍ସବ ଏବଂ ବର୍ଣ୍ଣବୋଧ ରଚୟିତା ଭକ୍ତକବି ମଧୁସୂଦନ ରାଓଙ୍କ ପୁଣ୍ୟତିଥି ଅବସରରେ ସ୍ଥାନୀୟ ପୁରୀ ୟୁଥ ହଷ୍ଟେଲ ସଭାକକ୍ଷରେ ଏକ ସଭା ଓଡ଼ିଆ ଭାଷା ପ୍ରତିଷ୍ଠାନର ପୂର୍ବତନ
ନିର୍ଦ୍ଦେଶକ ଡକ୍ଟର କୈଳାସ ଚନ୍ଦ୍ର ଟିକାୟତରାୟଙ୍କ ସଭାପତିତ୍ୱରେ ଆୟୋଜିତ ହୋଇଯାଇଛି । ଏହି ଉତ୍ସବରେ ଆକାଶବାଣୀର ଗୀତିକାର ତଥା ଅବସରପ୍ରାପ୍ତ ଶିକ୍ଷକ ଶ୍ରୀଯୁକ୍ତ ହଳଧର ସୁତାର ମୁଖ୍ୟଅତିଥି , ବରିଷ୍ଠ ଲେଖକ ଶ୍ରୀଯୁକ୍ତ ମାନସରଂଜନ ମହାପାତ୍ର –ମୁଖ୍ୟବକ୍ତା, ଶିକ୍ଷାବିତ୍ ଶ୍ରୀମତୀ ବିଜୟଲକ୍ଷ୍ମୀ ଦାଶ, ସମାଜସେବୀ ଶ୍ରୀଯୁକ୍ତ ଚକ୍ରଧର ମହାପାତ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇ ଟିକିତାରାର ସାହିତ୍ୟ ସେବା ଏବଂ ବର୍ଣ୍ଣବୋଧ ସମାଜକୁ ଅବଦାନ ସମ୍ପର୍କରେ ଆଲୋଚନା କରିଥିଲେ । ସାହିତ୍ୟରେ ଯଦି ପାଠକର ମୁହଁ ଦେଖାଯାଉନାହିଁ ତେବେ ତାହା ଏକ ଫଟୋ ହୋଇପାରେ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ଯିଏ ଯେଉଁଭଳି ସମାଜ ସେବା କରୁଛନ୍ତି ତହିଁରେ ସାହିତ୍ୟିକ ମନୋଭାବ ରଖିଲେ ସେବାରେ ଅନ୍ୟମାନେ ସନ୍ତୁଷ୍ଟ ହୋଇଥାନ୍ତି ବୋଲି
ମତ ପ୍ରକାଶ ପାଇଥିଲା । ପ୍ରତିବର୍ଷ ପରି ଚଳିତ ବର୍ଷ ଶିକ୍ଷା ଓ ସମାଜଗଠନରେ ଅବଦାନ ନିମନ୍ତେ ଶ୍ରୀଯୁକ୍ତ ହଳଧର ସୁତାର –
କେନ୍ଦୁଝର, ଶ୍ରୀଯୁକ୍ତ ରବୀନ୍ଦ୍ରନାଥ ବାହିନୀପତି – କୋଣାର୍କ, ସୁକାନ୍ତି ମିଶ୍ର – ପୁରୀ, ସରୋଜିନୀ ଜେନା – ଡେଲାଙ୍ଗ, ଶ୍ରୀଯୁକ୍ତ
ଅଭିନବ ପଟ୍ଟନାୟକ – ବୌଦ୍ଧ, ଡକ୍ଟର ପଙ୍କଜନଳିନୀ ପଟ୍ଟନାୟକ – ପୁରୀ, ସସ୍ମିତା ଚୌଧୁରୀ – ଭୁବନେଶ୍ବର, ବୈଜୟକ୍ତିମାଳା ରାଉତ – ସିଠାଳା, କଟକ,
ଗୀତାଞ୍ଜଳି ପଣ୍ଡା – ଭୁବନେଶ୍ବର, ଶ୍ରୀଯୁକ୍ତ ନିରାକାର ଚଇନି – କେନ୍ଦୁଝର, ଶ୍ରୀଯୁକ୍ତ ସଂଗ୍ରାମ କିଶୋର ପରିଡ଼ା – ନିମାପଡ଼ା, ଶ୍ରୀଯୁକ୍ତ ଆଶିଷ କୁମାର ସ୍ବାଇଁ – ବ୍ରହ୍ମଗିରି, ଶ୍ରୀଯୁକ୍ତ ଭଞ୍ଜକିଶୋର ମହାନ୍ତି – ଭୁବନେଶ୍ବର, ଶ୍ରୀଯୁକ୍ତ ଜଗନ୍ନାଥ
ବାରିକ – ବଡ଼ମ୍ବା, କଟକ, ଶ୍ରୀଯୁକ୍ତ ଚିତ୍ତରଞ୍ଜନ ପୃଷ୍ଟି – ନିମାପଡ଼ା, ଡ. ପ୍ରତିମାରାଣୀ ମିଶ୍ର ( ଷଡ଼ଙ୍ଗୀ), ଶ୍ରୀଯୁକ୍ତ ବିଦ୍ୟାଧର ଖଟୁଆ- ବାଙ୍କୀ , ଶ୍ରୀଯୁକ୍ତ ଗୋବିନ୍ଦ ଚନ୍ଦ୍ର ତ୍ରିପାଠୀ – କଟକ, ଏହାସହିତ ଚଳିତବର୍ଷ ଶିଶୁ କଣ୍ଠଶିଳ୍ପୀ ଆୟୁସ୍ମତି ଦେବୀଶୀ ଦାଶ – ପୁରୀ,କଣ୍ଠଶିଳ୍ପୀ, ଇଂଜିନିୟର ଆୟୁସ୍ମତୀ ଐଶ୍ବର୍ଯ୍ୟା ଦାଶ – ପୁରୀ, ଆୟୁଷ୍ମାନ୍ ଚେତନ ଆନନ୍ଦ ସ୍ବାଇଁ – ପୁରୀ, ଆୟୁସ୍ମାନ ଅରମାନ୍ ମହାନ୍ତି- ପୁରୀ ଏବଂ ଚିତ୍ରଶିଳ୍ପୀ ଜି.ଆର, ଆଲିଶା – ଟାଙ୍ଗୀଙ୍କୁ ଟିକିତାରା ସମ୍ମାନ – ୨୦୨୧ ରେ ସମ୍ମାନିତ କରାଯାଇଛି । ଏହି ଉତ୍ସବରେ ଟିକିତାରାର ବାର୍ଷିକ ସଂଖ୍ୟା ଏବଂ ହଳଧର ସୁତାରଙ୍କ ଗଳ୍ପ ସଂକଳନ ‘ଅସୀମ ଅନ୍ଧାରର ରଙ୍ଗ’ ଅତିଥିମାନେ ଉନ୍ମୋଚନ କରିଥିଲେ। ପରେ ପରେ ସୁଶ୍ରୀ କ୍ରିଷ୍ଣା ମହାପାତ୍ର, ପ୍ରବାସିନୀ ମିଶ୍ର ଏବଂ ଡକ୍ଟର ପଙ୍କଜନଳିନୀ ପଟ୍ଟନାୟକଙ୍କ ସଂଯୋଜନାରେ ୫୦ରୁ ଉର୍ଦ୍ଧ
କବି ସ୍ୱରଚିତ ଶିଶୁ-କିଶୋର କବିତା ପାଠ କରିଥିଲେ । ପ୍ରାରମ୍ଭରେ ଡକ୍ଟର ପଙ୍କଜନଳିନୀ ପଟ୍ଟନାୟକ ଅତିଥିମାନଙ୍କୁ ସ୍ଵାଗତ କରିଥିଲେ, ସମ୍ମାନ ପ୍ରଦାନ ଉତ୍ସବ ସୁଶ୍ରୀ କ୍ରିଷ୍ଣା ମହାପାତ୍ର, ପ୍ରବାସିନୀ ମିଶ୍ର, ବିଜୟଲକ୍ଷ୍ମୀ ଦାଶ, ଲକ୍ଷ୍ମୀପ୍ରିୟା ଦାଶ ପରିଚାଳନା କରିଥିଲେ । ଉତ୍ସବ ପ୍ରାରମ୍ଭରେ ଚିନ୍ମୟୀ ଗଜେନ୍ଦ୍ର ଏବଂ ପ୍ରବାସିନୀ ମିଶ୍ର ସ୍ୱାଗତ ସଂଗୀତ ଗାନ କରିଥିଲେ । ଶେଷରେ ସୁଶ୍ରୀ କ୍ରିଷ୍ଣା ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।