-
ବିଜେଡ଼ିର ୨୫ତମ ପ୍ରତିଷ୍ଠା ଦିବସ ପାଳିତ
ସମ୍ବଲପୁର : ଦଳୀୟ କର୍ମୀ ଓ ନେତୃବୃନ୍ଦଙ୍କ ପ୍ରବଳ ଉତ୍ସାହ ଉଦ୍ଦୀପନା ମଧ୍ୟରେ ସମ୍ବଲପୁରରେ ପାଳିତ ହୋଇଯାଇଛି ବିଜେଡ଼ିର ୨୫ ତମ ପ୍ରତିଷ୍ଠା ଦିବସ । ସ୍ଥାନୀୟ ଗଙ୍ଗାଧର ମଣ୍ଡପ ଠାରେ ଜିଲ୍ଲା ବିଜେଡ଼ି ସଭାପତି ଇଂ.ସିଦ୍ଧାର୍ଥ ଦାସଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବହୁ ଦଳୀୟ କର୍ମୀ, ସ୍ଵେଚ୍ଛାସେବୀ, ମହିଳା, ଯୁବ, ଛାତ୍ର ସଂଗଠକ ମାନେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ସମ୍ବଲପୁର ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ଇଂ.ନଳିନୀକାନ୍ତ ପ୍ରଧାନ, ସମ୍ମାନିତ ଅତିଥି ଭାବେ ପୂର୍ବତନ ରାଜ୍ୟସଭା ସାଂସଦ ସୁଶ୍ରୀ ପ୍ରମିଳା ବହିଦାର, ଦଳର ପୂର୍ବତନ ପ୍ରତିଷ୍ଠାତା ଜିଲ୍ଲା ସଭାପତି ଆର୍ତ୍ତତ୍ରାଣ ମିଶ୍ର, ପୂର୍ବତନ ଜିଲ୍ଲା ସଭାପତି ବିଜୟ ମହାନ୍ତି, ଡ଼.ପ୍ରମୋଦ ରଥ, ଜିଲ୍ଲା କାର୍ଯ୍ୟକାରୀ ସଭାପତି ଅଶୋକ ସେନାପତି ପ୍ରମୁଖ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଜେଡି ରାଜ୍ୟ ଯୁଗ୍ମ ସମ୍ପାଦକ ତଥା ପ୍ରବକ୍ତା ସଞ୍ଜୟ ବାବୁ, ରାଜ୍ୟ ଯୁଗ୍ମ ସମ୍ପାଦକ ସଂଜିତ ମହାନ୍ତି, ରାଜ୍ୟ ପରିଷଦ ସଦସ୍ୟ ଗୋକୁଳ ମେହେର, ସମ୍ବଲପୁର ଜିଲ୍ଲା ବିଜେଡି ଉପସଭାପତି ଅଶୋକ କୁମାର ମହାକୁଡ, କୁମାରଚାନ୍ଦ ରାଉତ, ଜିଲ୍ଲା ସାଧାରଣ ସମ୍ପାଦକ କାହ୍ନୁ ଚରଣ ମିଶ୍ର, ଦେବାଶିଷ ନନ୍ଦ, ସୁଶାନ୍ତ ପାଣିଗ୍ରାହୀ, ସୁବାଶିଷ ପଣ୍ଡା, ହେମନ୍ତ ପଣ୍ଡା, ଦିଲୀପ ଦାଶ, ଶିଶିର ରଞ୍ଜନ ମହାନ୍ତି, ସୁଧୀର ପାଣିଗ୍ରାହୀ, ଇନ୍ଦ୍ରଜିତ ତାଣ୍ଡି, ଯୁବ ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ହୀରାଲାଲ ବେହେରା, ରାଜ୍ୟ ଯୁବ ବିଜେଡି ସମ୍ପାଦକ ମନୋଜ ମହାପାତ୍ର, ଯୁଗ୍ମ ସମ୍ପାଦକ ଧର୍ମରାଜ ମରେଈ, ଜିଲ୍ଲା ଯୁବ ବିଜେଡି ସଭାପତି ଲକ୍ଷ୍ମୀପ୍ରସାଦ ମହାପାତ୍ର, ସମ୍ବଲପୁର ଜୋନ ଯୁବ ବିଜେଡି ସଭାପତି ଦେବାଶିଷ ପରିଡା, ଜିଲ୍ଲା ଛାତ୍ର ବିଜେଡି ସଭାପତି ଡ଼.ସିଦ୍ଧାନ୍ତ ମହାନ୍ତି, ସମ୍ବଲପୁର ଜୋନ ସଭାପତି ମିଲନ ହୋତା, ଜିଲ୍ଲା ଯୁବ ବିଜେଡି ସମ୍ପାଦକ ଇଂ.ଦୀନେଶ ସେଠ ପ୍ରମୁଖ ଯୋଗ ଦେଇଥିଲେ । ସେହିପରି ବିଜୁ ମହିଳା ଜନତା ଦଳ ସମ୍ବଲପୁର ଜୋନ ସଭାନେତ୍ରୀ ସବିତା ଆଚାର୍ଯ୍ୟ, ବିଜୁ ମହିଳା ଜନତା ଦଳ ସମ୍ବଲପୁର ଜିଲ୍ଲା ସଭାନେତ୍ରୀ ବନ୍ଦିତା ରାଣୀ ମିଶ୍ର, ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୌଭାଗିନୀ ନାଏକ, ମହିଳା ବିଜେଡି ରାଜ୍ୟ ଉପସଭାନେତ୍ରୀ କବିତା ପୁରୋହିତ, ଉର୍ମିଳା ପଣ୍ଡା,ମହିଳା ବିଜେଡି ରାଜ୍ୟ ସମ୍ପାଦିକା କଳ୍ପନା ମିଶ୍ର, ମିତାଲି ସାହୁ, ପୂର୍ବତନ ଜିଲ୍ଲା ଯୁବ ବିଜେଡି ସଭାପତି ସୁବାସ ଜେନା ପ୍ରମୁଖ ମଂଚାସୀନ ଥିଲେ I ପ୍ରାରମ୍ଭରେ ସମବେତ ଦଳୀୟ କର୍ମୀ ମାନଙ୍କୁ ଜିଲ୍ଲା ବିଜେଡି ସଭାପତି ଇଂ.ସିଦ୍ଧାର୍ଥ ଦାସ ନବୀନ ପଟ୍ଟନାୟକଙ୍କ ସରକାରଙ୍କ ବିଭିନ୍ନ ଉନ୍ନୟନ, ଦାରିଦ୍ର ଦୂରୀକରଣ ତଥା ଆଞ୍ଚଳିକ ବିକାଶ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ । ସମ୍ବଲପୁର ବାସୀଙ୍କ ଅନୁରୋଧ କ୍ରମେ ରାଜ୍ୟ ସରକାରଙ୍କୁ ଦିଆଯାଇଥିବା କେତେକ ପ୍ରକଳ୍ପ ପ୍ରସ୍ତାବ ମଧ୍ୟରୁ ପ୍ରଥମ ପର୍ଯ୍ୟାରେ ୩୮ କୋଟି ଟଙ୍କାର ପ୍ରକଳ୍ପ ମୁକ୍ତ ଯୋଜନା ଜରିଆରେ କାର୍ଯ୍ୟକାରୀ ହେବାକୁ ଯାଉଛି i ସହରର ବିଭିନ୍ନ ବସ୍ତି ଗୁଡ଼ିକର ବିକାଶ ନିମନ୍ତେ ଜାଗା ମିଶନ ଅନ୍ତର୍ଗତ ବସ୍ତି ବାସିନ୍ଦାଙ୍କ ଥଇଥାନ କରାଯାଇଛି । କରୋନା କାଳରେ କଷ୍ଟ ଭୋଗୁଥିବା ଗରିବ ଲୋକ ମାନଙ୍କୁ ସହାୟତା ନିମନ୍ତେ ପ୍ରତି କାର୍ଡ ଧାରୀଙ୍କୁ ସହ ଏକ ହଜାର ଟଙ୍କାର ଅନୁକମ୍ପା ରାଶି ମୁଖ୍ୟମନ୍ତ୍ରୀ ପ୍ରଦାନ କରୁଛନ୍ତି । ସେହିପରି ଉଠା ଦୋକାନୀ ମାନଙ୍କର କ୍ଷୟ କ୍ଷତି ଭରଣା ନିମନ୍ତେ ପୁନର୍ବାର ପଞ୍ଛିକୃତ ଉଠାଦୋକାନୀ ମାନଙ୍କୁ ୩ ହଜାର ଟଙ୍କାର ସହାୟତା ପ୍ରଦାନ କରା ଯାଉଛି । ଏବେ ସହରାଞ୍ଚଳରେ ପାନୀୟ ଜଳର ଉତ୍ତମ ସୁବିଧା ଯୋଜନା ସମ୍ପର୍କରେ ମଧ୍ୟ ସୂଚନା ଦେଇଥିଲେ । ମୁଖ୍ୟଅତିଥି ଇଂ.ନଳିନୀକାନ୍ତ ପ୍ରଧାନ ରାଜ୍ୟ ର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମ ସମ୍ପର୍କ ରେ ସୂଚନା ଦେଇ ଏଥିରେ ସମ୍ବଲପୁରବାସୀ କିଭଳି ତାଙ୍କର ଉଚ୍ଚିତ ହକ ପାଇବେ ତଥା ସମ୍ବଲପୁର ର ସର୍ବାଙ୍ଗୀନ ବିକାଶ ର ଦାୟିତ୍ୱ ନେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ପ୍ରାରମ୍ଭ ରେ ସମ୍ବଲପୁର ଜିଲ୍ଲା ର ପ୍ରଥମ ବିଜୁ ଜନତା ଦଳ ସଭାପତି ଆର୍ତତ୍ରାଣ ମିଶ୍ର ସ୍ୱାଗତ ଭାଷଣ ଦେବା ଅବସର ରେ ବିଜୁ ଜନତା ଦଳ ର ନୀତି ଆଦର୍ଶ ସମ୍ପର୍କ ରେ ଅବତାରଣା କରିଥିଲେ । ପୂର୍ବତନ ଜିଲ୍ଲା ସଭାପତି ବିଜୟ ମହାନ୍ତି ଦେଶର ବିଜେପି ଶାଶନ ରେ ଚାଲିଥିବା ସମସ୍ତ ଜନ ବିରୋଧୀ, ଚାଷୀ ବିରୋଧୀ, ଶ୍ରମିକ ବିରୋଧୀ ନୀତି ଗୁଡ଼ିକର ବ୍ୟାଖ୍ୟା କରି ବିଜେପି ଏବଂ ନରେନ୍ଦ୍ର ମୋଦି ସରକାରଙ୍କୁ ଭର୍ସନା କରିଥିଲେ । ପୂର୍ବତନ ଜିଲ୍ଲା ସଭାପତି ଡ଼.ପ୍ରମୋଦ ରଥ ଦଳକୁ ସୁଦୃଢ଼ କରିବାକୁ କର୍ମୀ ମାନଙ୍କୁ ଆହ୍ୱାନ ଦେଇଥିଲେ i ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ରାଜ୍ୟସଭା ସାଂସଦ ସୁଶ୍ରୀ ପ୍ରମିଳା ବହିଦାର,ରାଜ୍ୟ ଯୁଗ୍ମ ସମ୍ପାଦକ ତଥା ପ୍ରବକ୍ତା ସଞ୍ଜୟ ବାବୁ, ଅନ୍ୟତମ ରାଜ୍ୟ ଯୁଗ୍ମ ସମ୍ପାଦକ ସଂଜିତ ମହାନ୍ତି, ପୂର୍ବତନ ସମ୍ବଲପୁର ଟାଉନ ସଭାପତି ବସନ୍ତ ମିଶ୍ର, ପ୍ରଫୁଲ୍ଲ ଦାଶ, ମହିଳା ବିଜେଡି ଜିଲ୍ଲା ସଭାନେତ୍ରୀ ବନ୍ଦିତା ମିଶ୍ର, ଯୁବ ବିଜେଡି ସଭାପତି ଲକ୍ଷ୍ମୀପ୍ରସାଦ ମହାପାତ୍ର, ଛାତ୍ର ବିଜେଡି ସଭାପତି ଡ଼.ସିଦ୍ଧାନ୍ତ ମହାନ୍ତି ପ୍ରମୁଖ ବକ୍ତବ୍ୟ ରଖିଥିଲେ । ଶେଷରେ ସମ୍ବଲପୁର ଜିଲ୍ଲା ବିଜୁ ଜନତା ଦଳର ପୂର୍ବତନ କାର୍ଯ୍ୟକାରୀ ସଭାପତି ଅଶୋକ ସେନାପତି ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରାରମ୍ଭରେ ଯୁବ ବିଜେଡି ନେତା ଆଶିଷ ମିଶ୍ରଙ୍କ ନେତୃତ୍ୱରେ ଏକ ବିଶାଳ ବାଇକ୍ ରାଲି ସହର ପରିକ୍ରମା କରିଥିଲା ।