ଘସିପୁରା, ଗରମ ପାଣି ପଡ଼ି ଜଣେ ଶିଶୁ ଗୁରୁତର ହୋଇ ଆନନ୍ଦପୁର ଡାକ୍ତରଖାନାରେ ଭର୍ତି ହୋଇଥିବା ଜଣାପଡ଼ିଛି । ସୂଚନାରୁ ଜଣାଯାଏ, ଆନନ୍ଦପୁର ପୌର ପରିଷଦ ଅନ୍ତର୍ଗତ ସୁତୁ ସୁତିଆ ଗ୍ରାମର ରୁଦ୍ର ନାରାୟଣ ଖଟୁଆଙ୍କ ୮ ବର୍ଷର ପୁଅ ନିଜ ଘରେ ଥିବା ସମୟରେ ଅସାବଧାନତା ବସତ ଗରମ ପାଣି ପଡ଼ି ଯାଇଥିଲା । ଗରମ ପାଣି ଦେହ ଓ ହାତ ପେଟରେ ପଡ଼ି ଫୋଟକା ହୋଇଯାଇଥିଲା । ପରିବାର ଲୋକ ଏହା ଦେଖି ପୁଅକୁ ତୁରନ୍ତ ଏକ ଅଟୋ ଯୋଗେ ଆନନ୍ଦପୁର ଡାକ୍ତରଖାନାରେ ଭର୍ତି କରିଥିବା ଜଣାପଡିଛି ।
Related Stories
November 22, 2024