ଭଦ୍ରକ – ଆଜି କେନ୍ଦ୍ରାଂଚଳ ଅବକାରୀ ଗୁଇନ୍ଦା ବିଭାଗର ଏକ ସ୍ୱତନ୍ତ୍ର ଟିମ୍ ଇନ୍ସିପେକ୍ଟର ଜଗଦୀଶ ସାମଲଙ୍କ ନେତୃତ୍ୱରେ ଏହି ଜିଲାର ଧୁଷୁରୀ ଥାନା ଅଧୀନସ୍ଥ ଲୁଣିଆ ମଙ୍ଗଳପୁରର ଅରୁଣ ମଲ୍ଲିକ ନାମକ ଜଣେ ଯୁବକକୁ ଗିରଫ କରି ତା ନିକଟରୁ ୮୫ ଗ୍ରାମ ଓଜନର ବ୍ରାଉନ୍ ସୁଗାର ଜବତ କରିଛନ୍ତି । ଯାହାର ଆନୁମାନିକ ମୂଲ୍ୟ ୮ ଲକ୍ଷ ୬ ହଜାର ଟଙ୍କା ହେବ ବୋଲି ଜଣାପଡିଛି । ଏଠାରେ ସୂଚନାଯୋଗ୍ୟ ଅରୁଣର ନିଜ ଘର ସହୀଦନଗର ମଙ୍ଗଳପୁର ଗ୍ରାମରେ । ସେ ଦୀର୍ଘ ୧୫ ବର୍ଷ ଧରି ବ୍ରାଉନ୍ ସୁଗାର ଖାଇଆସୁଛି । ନିଜର ବୟାନରେ ସେ ଯାହା କହେ କୌଣସି ରୋଜଗାର ନଥିବାରୁ ସେ ସାଙ୍ଗମାନଙ୍କ ସହ ମିଶି ଏହି କୁଅଭ୍ୟାସରେ ପଡିଯାଇଛି । ନିଜର ପରିବାର ପ୍ରତିପୋଷଣ ପାଇଁ ଦୁଇବର୍ଷ ହେଲା ଏହି ବ୍ୟବସାୟ ଚୋରାରେ କରିଆସୁଛି । ବିଶେଷକରି ସେ ବ୍ରାଉନ୍ ସୁଗାରକୁ ଇଂଜିନିୟରିଂ ଛାତ୍ରଛାତ୍ରୀଙ୍କୁ ଯୋଗାଇ ଆସୁଥିବାର କହିଛି । ଏବଂ ଏ ବିଷୟରେ ପୁଲିସ୍ ସବୁ ଜାଣିଥିବାର ସେ ଗଣମାଧ୍ୟମକୁ ସୂଚନା ଦେଇଛି । ଏଥିପାଇଁ ସେ ପୂର୍ବରୁ ଦୁଇଥର ଜେଲ୍ ଯାଇଛି । ଏଥର ତୃତୀୟ ଥର ପାଇଁ ଧରାପଡି ଜେଲ ଯାଉଥିବାର ସେ ସୂଚାଇଛି । ତେବେ ଅରୁଣର ଏହି ଚୋରା କାରବାର ସଂପର୍କରେ କେନ୍ଦ୍ରାଂଚଳ ଅବକାରୀ ଗୁଇନ୍ଦା ବିଭାଗ କୌଣସି ସୂତ୍ରରୁ ଖବର ପାଇ ଅସୁରାଳିରେ ପ୍ରତିÂିତ ବେଷ୍ଟ ଇଂଜିନିୟରିଂ କଲେଜ ନିକଟରୁ ତାକୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି ।
                            
                        
	                    Related Stories
                        
            
                
                            
                    
                        October 30, 2025            
            
            
                                    
            
                        
                                
                            
 
                    







