
ନାଗପୁର , ପ୍ରଦୁଷଣ ମୁକ୍ତ ଭାରତ ଅଭିଯାନରେ ନାଗପୁରରେ ଭାରତର ପ୍ରଥମ ତରଳ ପ୍ରକୃତିକ ଗ୍ୟାସ୍ ରେ ଚାଲୁଥିବା ବସ୍ର ନିର୍ମାଣ କରାଯାଇଅଛ ି । ଭଂଣ୍ଡାରା ଜିଲ୍ଲା ମସାଲାରେ ବାୟୋ ଏଲ୍ ଏନ୍ ଜି ପ୍ଲାଂଟ ତଥା ନାଗପୁର ଏବଂ ରାୟପୁରରେ ଏଲ୍ ଏନ୍ ଜି ଷ୍ଟେଶନ୍ର ସ୍ୱତନ୍ତ୍ର ଭାବରେ ସ୍ଥାପିତ କରାଯିବ ।
ଏହା ସଂମ୍ପର୍କରେ ତଥ୍ୟ ନେବାରୁ ଜଣା ପଡିଛି ମାନସ ଏଗ୍ରୋ ନିର୍ଦେଶକ ସମୟରେ ବନଶୋଡ କହିଛନ୍ତି ପ୍ରାକୃତିକ ତରଳ ଗ୍ୟାସ୍ରେ ଚାଲୁଥିବା ପ୍ରଥମ ବସ୍ ଭାରତର ପ୍ରଥମ ଏଲ୍ ଏନ୍ ଜି ବସ୍ ନାଗପୁରରେ ତିଆରି ହୋଇଅଛି । ମହିନ୍ଦ୍ରା କଂପାନିର ଏହି ବସ୍ ପୁର୍ବରୁ ଡିଜେଲ୍ରେ ଚାଲୁଥିଲା । ପାଖା ପାଖି ୧୧ ଲକ୍ଷ ଟଂକା ଖର୍ଚରେ ଏହା ଡିଜେଲରୁ ବଦଳାଇ ଗ୍ୟାସ୍ରେ ଚାଲିବା ପାଇଁ ପ୍ରସ୍ତୁତ କରାଯାଇଅଛି । ବର୍ତମାନ ଏହା ନାଗପୁରରେ ଚାଲିବା ସହିତ ଆକର୍ଶଣର କେନ୍ଦ୍ରବିନ୍ଦୁ ପାଲଟିଛି ।