ନୂୂଆଦିଲ୍ଲୀ, ରାଜଧାନୀରେ କରୋନାର ନୂଆ ଭେରିଆଂଟ ଓମିକ୍ରୋନର ମାମଲା ଦିନକୁ ଦିନ ବଢି ଚାଲିଛି । ସୋମବାର ଦିଲ୍ଲୀରେ ଓମିକ୍ରୋନର ୬୩ ମାମଲା ଦୃଷ୍ଟ୍ିକୁ ଆସିଛି । ଏଠାରେ ଓମିକ୍ରୋନ ସଂଖ୍ୟା ସମୁଦାୟ ୧୪୨ ରେ ପହଂଚିଲାଣି । ଓମିକ୍ରୋନରେ ସଂକ୍ରମିତ ଏହି ସଂଖ୍ୟା ଭିତରୁ ୨୩ ଲୋକ ଠିକ୍ ହୋଇ ଘରକୁ ଯାଇ ସାରିଲୋଣି । ବାକି ରୋଗି ମାନଙ୍କର ଚିକିତ୍ସା ଜାରି ରହିଛି ।
ଉଲ୍ଲେଖନିୟ ଯେ ଦିଲ୍ଲୀ ସ୍ୱାସ୍ଥ୍ୟ ବିଭାଗ ରିପୋଟ୍ ଅନୁସାରେ ରବିବାର ଦିନ କରୋନାର ୨୯୦ ମାମଲା ସାମନାକୁ ଆସିଛି । ସେଥି ମଧ୍ୟରୁ ଜଣଙ୍କର ମୃତ୍ୟ ହୋଇଥିବା ଖବର ମିଳିିଛି । ଦିଲ୍ଲୀ ସରକାରଙ୍କ ପାଖରେ ଅକ୍ସିଜେନ ଓ େଓା÷ଷଧ ପର୍ଯ୍ୟପ୍ତ ପରିମାଣରେ ଅଛି । ଦିଲ୍ଲୀ ସରକାର ଲୋକ ମାନଙ୍କୁ ଅନୁରୋଧ କରିଛନ୍ତି ଯେ ସବୁ ଲୋକମାନେ କରୋନା ପ୍ରଟୋକଲ୍ ମାନି ଚଳିବା ଆବଶ୍ୟକ ।