ଗଞ୍ଜାମ, ବ୍ରହ୍ମପୁର, ସ୍ଥାନୀୟ ଉତ୍କଳ ଆଶ୍ରମ ସମ୍ମିଳନୀ କକ୍ଷରେ ବରିଷ୍ଠ ଲେଖକ ତଥା ଅଧିବକ୍ତା ରାଧା ଚରଣ ନାୟକଙ୍କ ରଚିତ ପୁସ୍ତକ ଆଧ୍ୟାତ୍ମିକ ଚିନ୍ତା ଚେତନା ଓ ସଂସ୍କାର ଧର୍ମୀ ସଂକଳନ ‘ ମୁକ୍ତି ର ମନ୍ଦାକିନୀ ‘ ଲୋକାର୍ପିତ ହୋଇଯାଇଛି । ଏହି ପୁସ୍ତକ ଲୋକାର୍ପଣ ଉତ୍ସବ ଓ ସାରସ୍ବତ ସମାବେଶରେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର
ରାଜନୀତି ବିଜ୍ଞାନ ବିଶାରଦ ତଥା ମହାବିଦ୍ୟାଳୟ ସମୁହ ଉନ୍ନୟନ କମିଟି ପ୍ରାକ୍ତନ ଅଧ୍ୟକ୍ଷ ବିଶିଷ୍ଟ ଶିକ୍ଷାବିତ ବାଗ୍ମୀ ପ୍ରଫେସର ଡକ୍ଟର ବିଷ୍ଣୁ ଚରଣ ଚୌଧୁରୀ ପୌରୋହିତ୍ୟ କରିଥିବା ବେଳେ ଉଦଘାଟକ ତଥା ମୁଖ୍ୟ ଅତିଥି ଭାବରେ ଉଚ୍ଚ ଶିକ୍ଷା ବିଭାଗର ବରିଷ୍ଠ ପ୍ରଶାସକ, ଅବସରପ୍ରାପ୍ତ ଅଧ୍ୟକ୍ଷ ନାଟ୍ୟ ନିର୍ଦ୍ଦେଶକ ଓ ଅଭିନେତା ସାହିତ୍ୟିକ କବି କୈଳାସ ଚନ୍ଦ୍ର ତ୍ରିପାଠୀ, ମୁଖ୍ୟବକ୍ତା ଅବସରପ୍ରାପ୍ତ ପ୍ରାଧ୍ୟାପକ ସାହିତ୍ୟିକ ଡ଼ଃ. ସୁରେଶ ଚନ୍ଦ୍ର ପାଣିଗ୍ରାହୀ, ସମ୍ମାନିତ ଅତିଥି ନବୀନ ପତ୍ରିକାର ସମ୍ପାଦକ ବରିଷ୍ଠ ସାମ୍ବାଦିକ ରବି ରଥ ଏବଂ ସମ୍ମାନିତ ବକ୍ତା ତଥା ପୁସ୍ତକ ସମୀକ୍ଷକ ଭାବରେ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଉପସଚିବ ଡ଼ଃ. କୁଳମଣି ଓଝା, ବରିଷ୍ଠ ଲେଖକ ଅଧିବକ୍ତା ରାଧା ଚରଣ ନାୟକ ଏବଂ କାର୍ଯ୍ୟକ୍ରମର ସଂଯୋଜକ ସାହିତ୍ୟିକ ଦୀନବନ୍ଧୁ ଶ୍ରୀପଲ୍ଲବ ପ୍ରମୁଖ ମଞ୍ଚାସୀନ ହୋଇ ମହାପ୍ରଭୁ ଶ୍ରୀଜଗନ୍ନାଥ ଙ୍କ ବିଗ୍ରହ ରେ ମାଲ୍ୟାର୍ପଣ କରି ଉଦ୍ଘାଟନ କରିଥିଲେ । ମଞ୍ଚାସୀନ ଅତିଥି ମାନଙ୍କୁ ଦେବୀ ପ୍ରସାଦ ନାୟକ ପୁଷ୍ପ ଗୁଚ୍ଛ ପ୍ରଦାନ କରିଥିଲେ । ପ୍ରାରମ୍ଭରେ ସୁଗାୟକ ସାମ୍ବାଦିକ ସୁଦୀପ କୁମାର ସାହୁ ଶ୍ରୀ ଜଗନ୍ନାଥଙ୍କ ଜଣାଣ ଗାନ କରିଥିଲେ ଏବଂ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା ।ଶ୍ରୀଯୁକ୍ତ ନାୟକଙ୍କ ରଚିତ ଆଧ୍ୟାତ୍ମିକ ଚିନ୍ତା, ଚେତନା ଓ ସଂସ୍କାର ଧର୍ମୀ ସଂକଳନ ‘ମୁକ୍ତିର ମନ୍ଦାକିନୀ’ ଉଦ୍ଘାଟକ ଡଃ ତ୍ରିପାଠୀ ଏବଂ ମଞ୍ଚାସୀନ ଅତିଥି ମାନଙ୍କ ଦ୍ବାରା ଲୋକାର୍ପିତ ହୋଇଥିଲା । ପୁସ୍ତକଟିରେ ସନ୍ନିବେଶିତ ବିଷୟ ବସ୍ତୁକୁ ଆଧରକରି ଉପସ୍ଥିତ ଆଲୋଚକ ଓ ମଞ୍ଚାସୀନ ଅତିଥି ମାନେ ମତବ୍ୟକ୍ତ କରିଥିଲେ ଯେ, ବର୍ତ୍ତମାନର ଅତ୍ୟାଧୁନିକ ସମୟର ସମାଜ ଅବକ୍ଷୟାଭିମୁଖି ବିଶେଷ ଭାବରେ ବସ୍ତୁବାଦୀ ଚେତନା ଏବଂ ଅର୍ଥ ଲାଳସାରେ ଜଡିତ । ପିତାମାତା, ଗୁରୁ ଗୁରୁଜନ ତଥା ସମାଜ ପ୍ରତି ସମ୍ମାନ ଓ ଦାୟିତ୍ଵ ଯୁବଗୋଷ୍ଠୀଙ୍କ ହ୍ରାସ ପାଇବାରେ ଲାଗିଛି । ଏଥିରୁ ମୁକୁଳିବାକୁ ହେଲେ ଏହିପରି ପୁସ୍ତକ ପଠନ ପ୍ରଶସ୍ତ ମାର୍ଗ ଦେଖାଇ ଥାଏ । ଏଥିପାଇଁ ଲେଖକ ଶ୍ରୀ ନାୟକ ବିଭିନ୍ନ ବିଷୟକୁ ଆହରଣ କରି ଯେଉଁ ସାରସ୍ବତ ସାଧନା କରିଛନ୍ତି ତାହା ପ୍ରଶଂସନୀୟ ।
ଏହି ଅବସରରେ ଅନ୍ୟତମ ଆଲୋଚକ ଭାବରେ ଅବସରପ୍ରାପ୍ତ ଅଧ୍ୟକ୍ଷ ସ୍ତମ୍ଭକାର ଡ ପ୍ରଫୁଲ୍ଲ ଚନ୍ଦ୍ର ମହାନ୍ତି ପ୍ରାଧ୍ୟାପକ ଡଃ. ସୀମାଞ୍ଚଳ ପ୍ରଧାନଙ୍କ ସମେତ ପ୍ରଫେସର ରଘୁନାଥ ପାଢୀ ଶର୍ମା,ଡ଼ ଲମ୍ବୋଦର ପାଣିଗ୍ରାହୀ, ଶ୍ରୀମତୀ ସ୍ବର୍ଣ୍ଣପ୍ରଭା ମିଶ୍ର, ଡ଼ ସୂଚନା ପାଢ଼ୀ, ଶୈବାଳିନୀ ପାଣିଗ୍ରାହୀ, ପ୍ରଜ୍ଞା ପାରମିତା,ପ୍ରଧ୍ୟାପକ ରମେଶ ଚନ୍ଦ୍ର ତ୍ରିପାଠୀ,ଉତ୍କଳ ସମ୍ମିଳନୀ ସଭାପତି ଡ ସୁବ୍ରତ କୁମାର ସାହୁ, ହାଡିବନ୍ଧୁ ମାଳି, ଶ୍ରୀମତୀ ପଦ୍ମିନୀ ମିଶ୍ର , ବିଜୟ କୁମାର ପାଢ଼ୀ, ଦେବୀପ୍ରସାଦ ମହାପାତ୍ର ଙ୍କ ସମେତ ବହୁ ବିଜ୍ଞ ସାହିତ୍ୟିକ ସାହିତ୍ୟିକା କବି ଲେଖକ ଉପସ୍ଥିତ ରହି ଅଂଶ ଗ୍ରହଣ କରିଥିଲେ। ଶେଷରେ ଦେବୀ ପ୍ରସାଦ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।