
ଲକ୍ଷ୍ନୌ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉତର ପ୍ରଦେଶର ଶିଳ୍ପାଂଚଳ କାନପୁରକୁ ସବୁଠୁ ବଡ଼ ଉପହାର ଦେବାକୁ ଯାଉଛନ୍ତି । ମଙ୍ଗଳବାର (୨୮ ଡିସେମ୍ବର) କାନପୁରକୁ ଆସୁଥିବା ମୋଦୀ ସହରର ଲୋକଙଙ୍କୁ ସୁବିଧାଜନକ ତଥା ସ୍ମାର୍ଟ ପରିବହନ ସୁବିଧା ଯୋଗାଇ ଦେବେ । ଗଙ୍ଗା ନଦୀ କୂଳରେ ଅବସ୍ଥିତ ଏହି ମହାନଗରରେ ମେଟ୍ରୋର ରେଳ ପ୍ରକଳ୍ପକୁ ପ୍ରଧାନମନ୍ତ୍ରୀ ଉଦ୍ଘାଟନ କରିବେ । ଆଇଆଇଟି କାନପୁରରୁ ମୋତି ଜେଲ ପର୍ଯ୍ୟନ୍ତ ୯ କିଲୋମିଟର ପର୍ଯ୍ୟନ୍ତ ଯାଂଚ କରିବା ସହିତ ମେଟ୍ରୋ ଟ୍ରେନମଧ୍ୟ ଯାତ୍ରା କରିବ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଉପସ୍ଥିତ ରହିବେ ।