ଭଦ୍ରକ – ଜିଲା ପ୍ରାଣୀଧନ ମୁଖ୍ୟ ଚିକିିତ୍ସାଧିକାରୀ (ସିଡିଭିଓ)ଙ୍କ କାର୍ଯ୍ୟାଳୟର କିରାଣି ବିଜୟ କୁମାର ଧଳଙ୍କୁ ଆଜି ଟାଉନ ପୁଲିସଚାକିରି କରାଇଦେବା ନାଁରେ ଲକ୍ଷାଧିକ ଟଙ୍କା ଆଦାୟ ଅଭିଯୋଗରେ ଗିରଫ କରିଛି । ୩ମାସ ତଳେ ପ୍ରାଣୀଧନ ଚିକିତ୍ସା ବିଭାଗ ପକ୍ଷରୁ କେତେକ ଆଟେଣ୍ଡାଂଟ ପଦରେ ନିଯୁକ୍ତି ଦିଆଯାଇଥିଲା । ଚାନ୍ଦବାଲି ଅଂଚଳର ଜଣେ ଆଶାୟୀ ହୃଷିକେଶ ପରିହାରୀ ଶ୍ରୀଧଳଙ୍କୁ ଚାକିରି ପାଇଁ ୧ଲକ୍ଷ ଟଙ୍କା ଦେଇଥିଲେ । କିନ୍ତୁ ସେ ଚାକିରି ନପାଇବା ପରେ ଟଙ୍କା ପାଇଁ ତାଗିଦ କରିଥିଲେ । ଶ୍ରୀ ଧଳ ତାଙ୍କୁ କିଛି ଟଙ୍କା ଫେରାଇଥିଲେ । ବାକିତକ ଟଙ୍କା ନଫେରାଇବାରୁ ଅସନ୍ତୁଷ୍ଟ ହୃଷିକେଶ ୫ଟି ସଚିବଙ୍କୁ ଟ୍ୱିଟ ଯୋଗେ ଅଭିଯୋଗ କରିଥିଲେ । ପରେ ଜିଲାପାଳ ଏକ ଟିମ ଗଠନ କରି ଘଟଣାର ତଦନ୍ତ କରି ସତ୍ୟତା ଜାଣିବା ପରେ ସିଡିଭିଓଙ୍କ ଥାନାରେ ଏତଲା ପାଇଁ ନିଦେ୍ର୍ଧଶ ଦେଇଥିଲେ । ଉ ପୁଲିସ ଉକ୍ତ ଏତଲା ଭିତିରେ ବିଜୟ ଧଳଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ତେବେ ଶ୍ରୀ ଧଳ ଆହୁରି ଏକାଧିକ ପ୍ରାର୍ଥୀଙ୍କ ଠାରୁ ଟଙ୍କା ଆଦାୟ କରିଥିବା ନେଇ ଚର୍ଚା ହେଉଛି ।
Related Stories
November 23, 2024