
ନୂଆପଡ଼ା, ନୂଆପଡା ଜ଼ିଲ୍ଲା ଖଡ଼ିଆଳ ବ୍ଲକ ଖୁଦପେଜ କ୍ରିକେଟ ଖେଳ ପଡିଆ ଠାରେ ପ୍ରଥମ କେଶବ ମେମୋରିଆଲ କ୍ରିକେଟ ପ୍ରତିଯୋଗିତା ଉଦଘାଟିତ ହୋଇଯାଇଛି । ଏହି ଟୁର୍ଣ୍ଣାମେଣ୍ଟର ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବୁଟୁଲୁ ମାଝୀ, ସମ୍ମାନୀତ ଅତିଥି ମେଘନାଦ ଜଗତ, ହେରମ୍ବ ଚିନ୍ଦା (ଝାଙ୍କର ), ଧରମ ମାଝୀ, ହୃଦୟ ମାଝୀ ପ୍ରମୁଖ ଯୋଗଦେଇ ସ୍ୱର୍ଗତ କେଶବଙ୍କ ଫଟୋଚିତ୍ରରେ ପୁଷ୍ପ ମାଲ୍ୟ ଅର୍ପଣ ପୂର୍ବକ ମ୍ୟାଚର ଶୁଭ ଉଦଘାଟନ କରିଥିଲେ । ଆଜିର ଖେଳ ପଲସଦା ଓ ଡ଼ମଝର ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଡ଼ମଝର ଦଳ ପ୍ରଥମ ବ୍ୟାଟିଂ କରି ନିର୍ଧାରିତ ୧୨ ଓଭରରେ ୮ ୱିକେଟ ହରାଇ ୧୦୧ ରନ ସଂଗ୍ରହ କରିଥିବା ବେଳେ ବିପକ୍ଷ ପଲସଦା ଦଳ ସମସ୍ତ ୱିକେଟ ହରାଇ ପରାସ୍ତ ହୋଇଥିଲେ । ଲବ ସତପଥି ଓ କିଶୋର ରଣା ଖେଳ ପରିଚାଳନା କରିଥିବା ବେଳେ, ଜିତେନ୍ଦ୍ର ବେହେରା, ଯୋଗେଶ୍ୱର ଘିଭେଲା ଧାରା ବିବରଣୀ ପ୍ରଦାନ ଦେଇଥିଲେ । ଶେଷରେ ଡ଼ମଝର ଦଳର ସୁଶୀଲ ବେହେରା ମେନ ଅଫଦି ମ୍ୟାଚ ଗ୍ରହଣ କରିଥିଲେ ।
ଆୟୋଜକ ମା କାଳଦରୀଆଣି କ୍ଲବର ନରୋତ୍ତମ ମାଝୀ, ଖଗେଶ୍ୱର ନାଗ, କମଳ ଘିଭେଲା, ଅର୍ଜୁନ ମାଝୀ, ରମେଶ, ଉତ୍ତମ, ମାଧବ, ସିଦ୍ଧାନ୍ତ, ଥବିରାମ, ବୈଷ୍ଣବ, ବିଦ୍ୟାଧର ପ୍ରମୁଖ ସହଯୋଗ କରିଥିଲେ ।