ବଲାଙ୍ଗିର, ଆଜି ସକାଳେ ବଲାଙ୍ଗିର ସରକାରୀ ବସଷ୍ଟାଣ୍ଡ ପଛ କଡରେ ଥିବା ସୁଲଭ ଶୌଚାଳୟର ପଛପଟେ ଏକ ନବଜାତ ଶିଶୁପୁତ୍ରର ଶବ ପରିତ୍ୟକ୍ତ ଅବସ୍ଥାରେ ମଇଳା ଗଦା ମଧ୍ୟରେ ପଡିଥିବା ବସଷ୍ଟାଣ୍ଡର ଝାଡୁଦାର ଦେଖି ପୁଲିସକୁ ଖବର ଦେଇଥିଲେ । ଶିଶୁଟି ବ୍ୟାଣ୍ଡେଜ୍ କନା ଗୋଲାପି ରଙ୍ଗର କମ୍ବଳରେ ଗୁଡା ହୋଇ ପଡ଼ିଥିବା ବେଳେ ଏହାକୁ କିଏ କାହିଁକି ଏଠାରେ ଏପରି ଅବସ୍ଥାରେ ପକାଇ ଚାଲିଯାଇଛି ତାହା ଅଜଣା ରହିଛି । ପୁଲିସ ଆସି ପ୍ରାଥମିକ ତଦନ୍ତ ପରେ ଶିଶୁଟିର ମୃତଦେହ ଉଦ୍ଧାର କରି ଡାକ୍ତରଖାନାକୁ ପଠାଇଛି । ହେଲେ ବସଷ୍ଟାଣ୍ଡ ଭଳି ଜନଗହଳିପୂର୍ଣ୍ଣ ସ୍ଥାନରେ ଏଭଳି ଘଟଣା ସାଧାରଣରେ ଆଲୋଚନାର ବିଷୟବସ୍ତୁ ହୋଇଛି ।